/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685788366.jpg)
Odisha Train Tragedy
ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୋଦି । ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଏବେ ବାହାନଗାରୁ ବାଲେଶ୍ୱର ହସ୍ପିଟାଲ ଯିବେ ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବାର ଯେଉଁ କାର୍ଯ୍ୟକ୍ରମ ଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୋଦି ଆଉ କଟକ ନଯାଇ ପୁଣି କଲେଇକୁଣ୍ଡା ଫେରିଯିବେ ।
#ବାହାନଗାରେ_ପ୍ରଧାନମନ୍ତ୍ରୀ_ମୋଦି
ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି . . .କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିବେ#PMModi#OdishaTrainMishap#OdishaTrainTragedy#TrainAccident#Odisha#OTVpic.twitter.com/LGVDhkgEhs— ଓଟିଭି (@otvkhabar) June 3, 2023
ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୬୧ ପହଞ୍ଚିଲାଣି । ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱର, ଭଦରକ, ସୋରୋ, ଗୋପାଲପୁର ଏବଂ ଖନ୍ତାପଡାର ବିଭିନ୍ନ ହସପିଟାଲରେ ଆହତ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।
ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ମାତ୍ର ବହୁ ମୃତଦେହ ଏଯାଏଁ ଚିହ୍ନଟ ହୋଇ ପାରୁନାହିଁ । ତେଣୁ ସେଗୁଡ଼ିକୁ କାହାକୁ ହସ୍ତାନ୍ତର କରାଯାଇ ପାରୁନଥିବା ସୂଚନା ମିଳିଛି । ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସରିଥିବା ରେଳ ମନ୍ତ୍ରୀ କହିଛନ୍ତି । ଉଦ୍ଧାର କାର୍ଯ୍ୟ ଶେଷ ପରେ ମରାମତି କାମ ଆରମ୍ଭ ହୋଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। .
ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣା ପରେ ତେଜିଲା ରାଜନୀତି । ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠାଇବା ସହ ସିଗନାଲ ଫେଲ ଅଭିଯୋଗ ଆଣିଛି ଟିଏମସି । ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେ ଟ୍ୱିଟ୍ କରି ବାହନଗା ରେଳ ଦୁର୍ଘଟଣା ସିଗନାଲ ଫେଲରୁ ହୋଇଥିବା ଅଭିଯୋଗ ହୋଇଛି । ଏହାର ଉତ୍ତର ମିଳିବା ଦରକାର ବୋଲି ସେ ଟ୍ୱିଟ୍ କରିଛନ୍ତି । କଂଗ୍ରେସ ନେତା ତଥା ପୂର୍ବତନ ରେଳ ମନ୍ତ୍ରୀ ପୱନ କୁମାର ବଂସଲ ସରକାର କ୍ଷତିପୂରଣ ରାଶି ବଢାଇବା ଦରକାର ବୋଲି କହିଛନ୍ତି। ପିଏମ କେୟାର ଫଣ୍ଡରୁ ଏହି ଅର୍ଥରାଶି ଦେବାକୁ ସେ ଦାବି କରିଛନ୍ତି ।
ରେଳ ମନ୍ତ୍ରାଳୟ ଓ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଜଣାଇବାକୁ କହିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ । ପୂର୍ବତନ ରେଳ ମନ୍ତ୍ରୀ ତଥା ବିଜେପି ନେତା ଦିନେଶ ତ୍ରିବେଦୀ ପ୍ରତିକ୍ରିୟା ରଖି କହିଛନ୍ତି ଦୁର୍ଘଟଣା ମୃତକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)