• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାନଗାରୁ ମୋଦିଙ୍କ ଫୋନ୍ । ବାଲେଶ୍ୱର ବାହାନଗାସ୍ଥିତ ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ପ୍ରଧାନମନ୍ତ୍ରୀ ବ୍ୟତିବ୍ୟସ୍ତ ଦେଖା ଯାଉଥିବାବେଳେ ଫୋନ୍‌ରେ ବ୍ୟସ୍ତଥିବା ଦେଖିବା ପାଇଁ ମିଳିଛି । ଦୁର୍ଘଟଣାସ୍ଥଳରେ ସମୀକ୍ଷା କରିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ମୋବାଇଲରେ କଥା ହୋଇଛନ୍ତି ମୋଦି । ଏହାସହ ସେ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆହତଙ୍କ ପାଇଁ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଇବା ଲାଗି ଆଲୋଚନା କରିଛନ୍ତି ।

ଆଜି ବାୟୁସେନା ହେଲିକପ୍ଟରରେ ଆସି ପ୍ରଧାନମନ୍ତ୍ରୀ ପ୍ରଥମେ ବାହାନଗାରେ ପହଞ୍ଚିଥିଲେ । ଦୁର୍ଘଟଣାସ୍ଥଳରେ କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଥିଲେ। ଦୁର୍ଘଟଣା, ଉଦ୍ଧାର, ଚିକିତ୍ସା ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ୨ କେନ୍ଦ୍ରମନ୍ତ୍ରୀ - ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ମଧ୍ୟ ମୋଦିଙ୍କ ସହ ଆସିଥିଲେ । ...

ଏବେ ବାଲେଶ୍ୱର ମେଡିକାଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେ ବାହାନଗାରୁ ବାହାରି ସିଧା ବାଲେଶ୍ୱର ମେଡିକାଲ ଯାଇଛନ୍ତି । ବାଲେଶ୍ୱର ମେଡିକାଲରେ ଆହତମାନଙ୍କ ଚିକିତ୍ସା ସମୀକ୍ଷା କରି ଆହତମାନଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।