ଆସନ୍ତା ମେ’ ୯ ତାରିଖ ପାଖାପାଖି ବାତ୍ୟା ସୃଷ୍ଟି ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍ମିଟ୍ରେ ଆଜି ଏହି ସୂଚନା ଦେଇଛନ୍ତି।
ସମ୍ଭାବ୍ୟ ସ୍ଥିତିକୁ ନେଇ ରାଜ୍ୟ ସରକାର ବି ଆରମ୍ଭ କରିଦେଇଛନ୍ତି ପ୍ରାକ୍ ପ୍ରସ୍ତୁତି ।
ପାଣିପାଗ ବିଶେଷଜ୍ଞ କହିବା କଥା, ପ୍ରାକ୍ ମୌସୁମୀ ୠତୁରେ ବାତ୍ୟା ପାଇଁ ସାଧାରଣତଃ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ । ପ୍ରଭାବରେ ପୂର୍ବବର୍ଷ ଗୁଡ଼ିକରେ ଖରାଦିନିଆ ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ । ୧୯୮୨ ମସିହା ଜୁନ୍ ମାସର ବାତ୍ୟା ପରେ ପରେ ୨୦୧୯ ମେ’ ୩ରେ ଫନି, ୨୦୨୦ରେ ଅମ୍ଫାନ୍ ଏବଂ ୨୦୨୧ରେ ସେହି ଖରାଦିନିଆ ବାତ୍ୟା ୟଶ୍ ନିଦ ହଜାଇ ଦେଇଥିଲା ଉପକୂଳବାସୀଙ୍କର ।
ଜଳବାୟୁ ପରିବର୍ତ୍ତନ କର୍ମଶାଳାରେ ରାଜ୍ୟର ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁ ପ୍ରତିନିଧି ଯୋଗ ଦେଇଥିଲେ ।
ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ବଙ୍ଗୋପସାଗରରେ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।
କାଲିଠୁ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ୪ ଦିନ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।
ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ପ୍ରାକ୍ ମୌସୁମୀ ସମୟର ମେ ଓ ମୌସୁମୀ ପରବର୍ତ୍ତୀ ନଭେମ୍ବର ମାସ ହେଉଛି ବାତ୍ୟାର ସବୁଠୁ ପ୍ରକୃଷ୍ଟ ସମୟ। ଏପରିକି ମେ ରେ ଫନି, ୟଶ, ଅମ୍ପନ ଭଳି ବାତ୍ୟା ରାଜ୍ୟକୁ ଲଗାତର ଭାବେ ପ୍ରଭାବିତ କରିଛି।
ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ପ୍ରାକ୍ ମୌସୁମୀ ସମୟର ମେ ଓ ମୌସୁମୀ ପରବର୍ତ୍ତୀ ନଭେମ୍ବର ମାସ ହେଉଛି ବାତ୍ୟାର ସବୁଠୁ ପ୍ରକୃଷ୍ଟ ସମୟ। ଏପରିକି ମେ ରେ ଫନି, ୟଶ, ଅମ୍ପନ ଭଳି ବାତ୍ୟା ରାଜ୍ୟକୁ ଲଗାତର ଭାବେ ପ୍ରଭାବିତ କରିଛି।
ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ରାଜ୍ୟରେ ଆଜି ବି କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୧୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ସମ୍ଭାବନା ।
ରାଜଧାନୀରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା
ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତା ପରେ ବର୍ଷା କମିବ ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଚାଷ ଜମିରେ ବି ବରଫ ଜମି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି ।
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
କାଲିଯାଏଁ ଜଳୁଥିଲା ଆଜି ଏକଦମ୍ ଥଣ୍ଡା...ଦିନକ ଭିତରେ ଅଚାନକ ବଦଳିଗଲାପାଣିପାଗର ମିଜାଜ୍ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଓ ଥଣ୍ଡା ପବନ ପାଇଁ ୫-୬ ଡିଗ୍ରୀ ଯାଏଁ ଖସିଗଲା ପାରଦ । ଆଶ୍ବସ୍ତ ଜନଜୀବନ
୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି। ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି।
ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।
୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ।
ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ ।
ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।
ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।