/odishatv-khabar/media/post_attachments/uploadimage/library/16_9/16_9_0/heat_wave_1686396028.jpg)
heat wave
ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୪୩.୮ ଡ଼ିଗ୍ରୀ ଓ ଝାରସୁଗୁଡାରେ ୪୩.୪ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୩୭.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି ।
ଆସନ୍ତା ୫ଦିନ ଯାଏଁ ଏଭଳି ଭାବେ ଗରମ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୧୫ ତାରିଖ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଓଡ଼ିଶା ଛୁଇଁବନି ବୋଲି କହିଛି ପାଣିପାଗ ବିଭାଗ । ତେବେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ...
ସେପଟେ ଆଜି ମୌସୁମୀ ପୂରା କେରଳ ଛୁଇଁଥିବା ବେଳେ କର୍ଣ୍ଣାଟକ ଓ ତାମିଲନାଡୁରେ ବି ପହଞ୍ଚିଛି । ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ମଧ୍ୟ ଛୁଇଁଛି ମୌସୁମୀ । ବାଂଲାଦେଶ-ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)