• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ବା ସିଭିଅର ହିଟ୍ ୱେଭ୍ ହେବାର ସମ୍ଭବାନା ଥିବା କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ପ୍ରାୟ ସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ୭ରୁ ୮ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଫୁଲବାଣୀରେ ସ୍ୱାଭାବିକ ଠାରୁ ୮.୮ ଡିଗ୍ରୀ ଅଧିକ, ହୀରାକୁଦରେ ୭.୨ ଡିଗ୍ରୀ ଅଧିକ ଓ କେନ୍ଦୁଝରରେ ୭.୧ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୪୧ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୩୯.୨ ଡିଗ୍ରୀ ସହ ଦ୍ୱିତୀୟରେ ରହିଛି କେନ୍ଦୁଝର । ରାଜଧାନୀ ଭୁବନେଶ୍ୱରରେ ଦିନ ସାଢେ ୧୧ଟା ସୁଦ୍ଧା ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏପଟେ ଏଥର ଟାଇଁ ଟାଇଁ ଖରାରେ ସିଝିବ ରଜ । ଫିକା ପଡ଼ିଯିବ ରାଜ୍ୟର କୃଷିଭିତ୍ତିକ ଗଣପର୍ବ । ଉପକୂଳରେ ଗୁଳୁଗୁଳି ବି କମିବାର ପ୍ରଶ୍ନ ଉଠୁନି । କେତେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ।

ଅନ୍ୟପଟେ ରାଜ୍ୟରେ ପାରଦ ବଢ଼ି ଚାଲିଥିବା ଦେଖି ପୁଣି ବଢ଼ିଛି ଅଂଶୁଘାତ ଭୟ । ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ୬ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇଛି । ସେମିତି ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ବି ସ୍ୱତନ୍ତ୍ର ସନଷ୍ଟ୍ରୋକ୍ ୱାର୍ଡ ଖୋଲାଯାଇ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯାଉଛି । ଏବେ ଅପେକ୍ଷା କେବେ ମିଳୁଛି ପ୍ରଚଣ୍ଡ ତାତିରୁ ତ୍ରାହି ।