ଥରୁଛି ଓଡ଼ିଶାର କଶ୍ମୀର.. କମ୍ବଳ ବିକିବାକୁ ଗାଁ ଗାଁ ବାଇକ ଧରି ବୁଲୁଛନ୍ତି ବ୍ୟବସାୟୀ.. ଦାରିଙ୍ଗବାଡ଼ିରେ ମଧ୍ୟପ୍ରଦେଶର କମ୍ବଳର ଚାହିଦା ବେଶ୍ ଅଧିକ.. ଲୋକେ ଶୀତରୁ ବଞ୍ଚିବାକୁ କମ୍ବଳ କିଣୁଛନ୍ତି...ବେପାର ଜମୁଥିବାରୁ ବ୍ୟବସାୟୀ ବି ଖୁସି ଆଉ ଗ୍ରାହକ ବି ଖୁସି..
କିଛି ଦିନର ବିରତ ପରେ ତାମିଲନାଡୁରେ ହୋଇଛି ବାଦଲ ଫଟା ବର୍ଷା । ରାଜ୍ୟର ଅନେକ ସ୍ଥାନରେ ଗତକାଲିଠାରୁ ବର୍ଷା ଲଗି ରହିଛି । ଫଳରେ ଜଳବନ୍ଦୀ ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ୱରରେ ଆଜି ସକାଳେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା.. ଦେଖନ୍ତୁ ରାଜଧାନୀର ରାସ୍ତା କେମିତି ଧଳା ଚାଦରରେ ଆଚ୍ଛାଦିତ ହେଲା ଭଳି ଲାଗୁଛି
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା । ଆଜିଠୁ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।
କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ । ବର୍ଷା ଛାଡିବା ପରେ ରାଜଧାନୀରେ ଘନ କୁହୁଡି ଦେଖିବାକୁ ମିଳିଛି । ଏହାଦ୍ୱାରା ଯାତାୟତ କରୁଥିବା ଲୋକମାନଙ୍କୁ ରାସ୍ତା ଦେଖିବାରେ ଅସୁବିଧା ହୋଇଥିଲା । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଦି ଆତୁଲ୍ୟ ବାଉତ ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଗତକାଲି ଦକ୍ଷିଣ ଆଣ୍ଡାମାନ ତତ୍ ସଲଗ୍ନ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଆଜି ସାମାନ୍ୟ ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିଲୋମିଟର୍ ପର୍ଯ୍ୟନ୍ତ ବ୍ୟାପିଛି।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି। କାଲିଠୁ ୩ ଦିନ ଯାଏଁ ଅର୍ଥାତ ୧୫,୧୬,୧୭ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟ ବର୍ଷା ହେଉଛି । ଆସନ୍ତାକାଲି ଯାଏଁ ଏପରି ପାଗ ଲାଗି ରହିପାରେ।
ଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୧୭୬ ମି.ମି., ବେଲଗୁଣ୍ଠାରେ ୧୨୩.୩ ମି.ମି.,ଭଞ୍ଜନଗର ଓ ଦିଗପହଣ୍ଡିରେ ୧୧୯ ମି.ମି., ପୁରୀରେ ୧୨୪ ମି.ମି. ବର୍ଷା ରେକର୍ଡ କରାଯାଇଛି।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଆସନ୍ତା ୪/୫ ଦିନ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଲକ୍ଷୁଚାପ କ୍ଷେତ୍ର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଆଜି ମଧ୍ୟ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ ସକାଳୁ ସକାଳୁ ବର୍ଷା ଲାଗି ରହିଛି।
ଆସନ୍ତା ୧୬ ଓ ୧୭ ତାରିଖରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବେହାଲ ତାମିଲନାଡ଼ୁ..ପୁରା ଚେନ୍ନାଇ ମହନଗରୀରେ ପାଣି ପାଣି ସ୍ଥିତି.. ଏଭଳି ସ୍ଥିତିରେ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ..
ଶୀତରେ ଥରଥର ଓଡ଼ିଶାବାସୀ । ହାଡ଼ଭଙ୍ଗା ଅସ୍ତବ୍ୟସ୍ତ ହେଉଛନ୍ତି ଆଦିବାସୀ ଇଲାକାର ଲୋକେ ।
ରାଜ୍ୟରେ ଜାରି ରହିଛି ଶୀତ ଲହରୀ.. ଗତ ୪ ଦିନ ହେଲାଣି ରାଜ୍ୟରେ ପାରଦ ଖସି ଚାଲିଛି ।
ରାଜ୍ୟରେ ଧୀରେଧୀରେ ବଢ଼ିଲାଣି ଥଣ୍ଡା। ଗତ ୨୪ ଘଣ୍ଟା ଭିତରେ ୭ ସହରରେ ୧୫ ଡିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସହ ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ପାଲଟିଛି।
ସହରରେ ୧୫ ଡିଗ୍ରୀ ତଳେ ପାରଦ,ବର୍ଷର ପ୍ରଥମ ଶୀତର ମଜା ନେଉଛନ୍ତି ଲୋକେ। ଗତ ୨୪ ଘଣ୍ଟାରେ ୮ ସହରରେ ୧୫ ଡିଗ୍ରୀ ତଳେ ପାରଦ ।
ସୁନ୍ଦରଗଡ଼ର କୋଇଡ଼ାରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି। ଘନ କୁହୁଡ଼ି ସାଙ୍ଗକୁ କୋଇଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବଣାଇରେ ମଧ୍ୟ ଘନ କୁହୁଡ଼ି ଦେଖାଦେଇଛି। ପାଖକୁ ପାଖ ଦେଖାଯାଉନି।
ଧିରେ ଧିରେ ପାରଦ ଖସୁଛି, ଆଉ ଶୀତ ବଢୁଛି । ଏଥର ମାଳଭୂମିକୁ ସଅଳ ଆସିଛି ଶୀତ ।
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ରେ ଆସୁଛି ଏହି ଲଘୁଚାପ ! ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ସୂଚନା ଟୁଇଟ୍ ଯୋଗେ ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସମ୍ଭାବନା । ଏ ସମ୍ପର୍କରେ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜିଠୁ ୨ ତାରିଖ ଯାଏଁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ୭ ଜିଲ୍ଲାରେ ବର୍ଷା ହେବ।
ରାଜ୍ୟରୁ ସମ୍ପୂର୍ଣ ଭାବେ ମୌସୁମୀ ଚାଲିଯିବା ପରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାକୁ ଶୀତ ଛୁଇଁଛି । ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶୀତ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ତଳେ ଥିବାବେଳେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।
ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ । ୧୭୭୫ ମସିହା ପରଠାରୁ ଏହା ହେଉଛି ସପ୍ତମ ଥରେ ଯେଉଁଥିରେ ଦେଶରୁ ବିଳମ୍ୱରେ ବିଦାୟ ନେଇଛି ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗତକାଲି ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।