Advertisment

କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା: SRC

ଆସନ୍ତା କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନ ବେଗ ୬୦/୭୦ କି.ମି. ରହିପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Jawad

Cyclone Jawad

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆଜି ରାତିରେ ଏହା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ‘ଜୱାଦ୍‌’। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। 

Advertisment

ବାତ୍ୟା ‘ଜୱାଦ୍‌’ LIVE ଅପଡେଟ

ଜାଣନ୍ତୁ, ବାତ୍ୟା ସମ୍ପର୍କରେ SRC କ’ଣ ସୂଚନା ଦେଇଛନ୍ତି...

  • ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ
  • ପୁରୀ ଛୁଇଁଲା ବେଳକୁ ପବନ ବେଗ ୬୦/୭୦ କି.ମି. ରହିପାରେ
  • ଆଜି ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ
  • ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତି ହେବା ଆଶଙ୍କା କମ୍ ରହିଛି
  • ପ୍ରବଳ ବର୍ଷା ଯୋଗୁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପାରେ
  • ଧାନ ଏବଂ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପାରେ
  • ଆସନ୍ତା କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା
  • ପବନ ବେଗ କମିବାର ଥିବାରୁ ସ୍ଥାନାନ୍ତରଣ କରାଯିବା ଆବଶ୍ୟକ ପଡ଼ିବନି
  • ମାତ୍ର ଦେଢ଼ ଫୁଟ/ ୨ ଫୁଟ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିପାରେ
  • ଆଜି ଯାହା ଜୁଆର ରହିଛି, କାଲି ଆଉ ଅଧ ମିଟର ଉଚ୍ଚକୁ ବଢ଼ିବ
  • ମାତ୍ର ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି
  • ପ୍ରଭାବିତ ଜିଲ୍ଲାରେ ୩ ଶହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି 
  • ପବନ କମିଲେ ବି ବର୍ଷା ହେବ। ପବନରେ ଛୋଟ ଗଛ ଭାଙ୍ଗିପାରେ
  • ବର୍ଷା, ପବନ ବେଳେ ବାହାରକୁ ବାହାରନ୍ତୁ ନାହିଁ
  • ବାତ୍ୟାର ପ୍ରଭାବ ସରିବା କ୍ଷଣି ଫସଲ କ୍ଷତି ନେଇ ଆକଳନ କରାଯିବ
  • ବିଶେଷକରି ଫସଲ ଅମଳ ସମୟ ଥିବାରୁ ତୁରନ୍ତ କ୍ଷତି ଆକଳନ ହେବ। ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯିବ। 
Heavy Rainfall Alert Cyclone Jawad Cyclone Jawad Alert
Advertisment
Advertisment