/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638588609.jpg)
Heavy Rainfall Alert
ଭୁବନେଶ୍ୱର:ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ଜୱାଦ୍’। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଘଣ୍ଟା ପ୍ରତି ୬ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁଯାୟୀ, ଏହା ବର୍ତ୍ତମାନ ଆାନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବକୁ ୨୫୦ କିଲୋମିଟର, ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ କିଲୋମିଟର ଓ ପୁରୀଠାରୁ ଏହା ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି।
ବାତ୍ୟା ‘ଜୱାଦ୍’ର ପ୍ରଭାବ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରେସ୍ମିଟ୍ କରାଯାଇଛି। ପ୍ରେସ୍ମିଟ୍ରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି, ବର୍ତ୍ତମାନ ‘ଜୱାଦ୍’ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। କିଛି ସମୟ ପରେ ଉତ୍ତର ଉତ୍ତର-ପୂର୍ବକୁ ଦିଗ ପରିବର୍ତ୍ତନ କରିବ। ଦିଗ ପରିବର୍ତ୍ତନ ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ପୁରୀରେ ଘଣ୍ଟାପ୍ରତି ୨୬ କି.ମି. ବେଗରେ ପବନ ବହୁଛି।
ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୬୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୪୩.୩ ମି.ମି., ଭୁବନେଶ୍ୱରରେ ୧୦.୪ ମି.ମି. ବର୍ଷା ରେକର୍ଡ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)