ପୁରୀ ବେଳାଭୂମିରେ ଜମିଛି ପର୍ଯ୍ୟଟକ ଭିଡ । ସମ୍ଭାଵ୍ୟ ବାତ୍ୟା ଟଳିବା ଆଶଙ୍କା ପରେ ଏ ଚିତ୍ର ଦେଖିବାକୁ ମିଳିଛି ।
କୃଷପ୍ରସାଦରେ ବାତ୍ୟା ନେଇ ପ୍ରଶାସନ କେତେ ପ୍ରସ୍ତୁତ ଅଛି ଶୁଣନ୍ତୁ ଏ ଭିଡିଓରେ...।
ପବନର ବେଗ କମିଛି କିନ୍ତୁ ଝିପି ଝିପି ବର୍ଷା ହେଉଛି । ତେବେ ଏହି ବର୍ଷାରେ ଚାଷ ଜମିର ଅବସ୍ଥା କଣ ରହିଛି ଦେଖନ୍ତୁ ...
ଜୱାଦକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ବନ୍ଦରର ନିକଟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି ।
ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡାରେ ଝିପିଝିପି ବର୍ଷା ହେଉଛି । ମହାକାଳପଡାରେ ସର୍ବାଧିକ ୨୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ମନୋଜ କୁମାର ସ୍ୱାଇଁ ।
ବାତ୍ୟା ଜଓ୍ୱାଦକୁ ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ଦୁର୍ବଳ ହୋଇପାରେ ଜଓ୍ୱାଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହେବ ନେଇ ସୂଚନା ଦେଇଛନ୍ତି IMD ।
ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ବାସୁଦେବପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ପାଇଁ ପ୍ରଶାସନ ପୁରା ତୟାର ରହିଛି । ଓଡ୍ରାଫର ୨୧ଜଣିଆ ଟିମ୍ ବାସୁଦେବପୁରରେ ପହଞ୍ଚିଛି ।
ବ୍ରହ୍ମପୁରରେ ବାତ୍ୟା ଜୱାଦର ପ୍ରଭାବ ନେଇ କଣ ରହିଛି ସେଠାରେ ସ୍ଥିତି ସେ ବିଷୟରେ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଚିଫ୍ ରିପୋର୍ଟର ଅଶୋକ ବ୍ରହ୍ମା
ବାତ୍ୟା ମୁକାବିଲା ପାଇଁ ଓ୍ୱାଲଟିୟର ରେଲ୍ୱେ ଡିଭିଜନ୍ ପକ୍ଷରୁ ପ୍ରସ୍ତୁତି ଜୋରଦାର । ପୂର୍ବତଟ ରେଳପଥରେ ଚାଲୁଥିବା ୯୫ରୁ ଅଧିକ ଟ୍ରେନ୍ ସେବା ବାତିଲ କରାଯାଇଛି ।
ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ ଦୂରରେ ରହିଛି ଜୱାଦ ।