ବ୍ରହ୍ମପୁରରେ ବାତ୍ୟା ଜୱାଦର ପ୍ରଭାବ ନେଇ କଣ ରହିଛି ସେଠାରେ ସ୍ଥିତି ସେ ବିଷୟରେ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଚିଫ୍ ରିପୋର୍ଟର ଅଶୋକ ବ୍ରହ୍ମା
ବାତ୍ୟା ‘ଜୱାଦ୍’ ଦିଗ ପରିବର୍ତ୍ତନ କରିବା ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।
ବାତ୍ୟା ଜଓ୍ୱାଦ ପ୍ରଭାବରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ସହ କୋହଲା ପାଗ ଲାଗି ରହିଛି।
ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ ଦୂରରେ ରହିଛି ଜୱାଦ ।
ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।
ବଙ୍ଗୋପସାଗରରୁ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ଜଓ୍ୱାଦ । ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ନେଇ ଆଏମଡିଏର ସୂଚନା
ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ୍’ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା ‘ଜୱାଦ୍’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବାବେଳେ ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ରହିଛି।
ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜଓ୍ବାଦ୍ । IMD ଡିଜିଙ୍କ ସୂଚନା, ଓଡ଼ିଶା ଉପକୂଳ ଦେଇ ଯାଇପାରେ ପଶ୍ଚିମବଙ୍ଗ । ଘଣ୍ଟାକୁ ୧୦୦ କିମି ବେଗରେ ପବନ, ଉଠିପାରେ ୫ ମିଟର ଉଚ୍ଚ ଜୁଆର। ଆଜିଠୁ ୫ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି
ମଧ୍ୟରାତ୍ରୀ ପରଠୁ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ କ୍ରମଶଃ ବଢ଼ି ୮୦ରୁ ୯୦, ଏମିତିକି ରବିବାର ୧୦୦ କିଲୋମିଟରକୁ ଛୁଇଁପାରେ।
ପାଖେଇ ଆସୁଛି ବାତ୍ୟା । ବର୍ତ୍ତମାନ ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା
ବାତ୍ୟା ‘ଜୱାଦ୍’ ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍କୁଲ୍ ଛୁଟି ନେଇ ଘୋଷଣା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ନେଇ ଡିଇଓ ଘୋଷଣା କରିଛନ୍ତି।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍’ ! ଆସନ୍ତାକାଲି ପୁରୀ
ବାତ୍ୟା ଜୱାଦ୍ ଗୁଲାବ ବାତ୍ୟାଠୁ ଅଧିକ ତିତିଲିଠୁ କମ୍ ହେବ ବୋଲି କୁହାଯାଉଛି । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ଏହାପରେ ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ।
ସମ୍ଭାବ୍ୟ ବାତ୍ୟା ପାଇଁ NDRF ଟିମ୍ ମୁତୟନ । ୩ ରାଜ୍ୟ ପାଇଁ ୪୬ଟି NDRF ଟିମ୍ ମୁତୟନ ଅଛନ୍ତି ।
ବାତ୍ୟା ଜୱାଦ୍’ ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ତେବେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି।
ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କି.ମି. ବେଗରେ ପବନ ବହିପାରେ
ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଥିବାବେଳେ ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଛି।
ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦୦ କିମି ବେଗରେ ବହିବ ପବନ : ମତ୍ସଜୀବୀଙ୍କୁ ସମୁଦ୍ର ମନା
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ ସ୍ଥଳଭାଗ ଛୁଇଁପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା।
ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି।
ଗଭୀର ଅବପାତର ରୂପ ନେବ ବାତ୍ୟା : କାଲି ଅପରାହ୍ନରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବାତ୍ୟା
ବାତ୍ୟା ପାଇଁ ଛୁଟି ବାତିଲ : ସଜାଗ ରହିବାକୁ ଦିଆଗଲା ନିର୍ଦ୍ଦେଶ…ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି କରିଛି । ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।
ମାଡ଼ି ଆସୁଥିବା ବାତ୍ୟା ଏବଂ ତାର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା ।
ଏହାପରେ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାରି ପ୍ରଭାବରେ ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ ।