କେଉଁଠି ଗଭୀର ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ଏୟାରଲିଫ୍ଟ କରି ଉଦ୍ଧାର, ତ କେଉଁଠି ଢେଉ ମାଡ଼ରେ ବୁଡ଼ିଯାଉଥିବା ଡଙ୍ଗା, ଆଉ ସେଥିରୁ ଭାଗ୍ୟ ବଳରେ ବର୍ତ୍ତୁଥିବା ମତ୍ସ୍ୟଜୀବୀ । ବାତ୍ୟା ଅସାନି ପ୍ରଭାବର ଏହି ଦୁଇଟିଯାକ ଛାତିଥରା ଚିତ୍ର ଘଟିଛି ଗଞ୍ଜାମ ଉପକୂଳରେ ।
ବଙ୍ଗୋପସାଗରରେ ବାତ୍ୟା ଅସାନି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହେଲେ ଏହାର ପ୍ରଭାବରେ ଆଜିଠୁ କଟକ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହିଭଳି ପାଗ ଲାଗି ରହିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି ।
କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ । ପୁଣି ସମୁଦ୍ରକୁ ମୋଡ଼ ନେଇପାରେ ।
ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି
ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି।
ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଛି।
୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା।
୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ।
ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା ।
ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ।
ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ବାତ୍ୟା ‘ଅସାନି’ ଏବେ ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି।
ଏହା ପୁରୀରୁ ୧୦୦ କିଲୋମିଟର ଦୂରରେ ଯିବ।
ବଙ୍ଗୋପସାଗରରେ ସୃୃଷ୍ଚ ବାତ୍ୟା ଅସାନି ପ୍ରବଳ ବାତ୍ୟାର ରୂପ ନେଇଛି। ହେଲେ ଏହା ଉପକୂଳ ଅତିକ୍ରମ କରୁ ନଥିବାରୁ ବାତ୍ୟା ଭୟ ତ ଟଳିଛି, ହେଲେ ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
କିଛି ସ୍ଥାନରେ ପ୍ରବଳ ବର୍ଷିବା ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀକୂଳ
ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି।
ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ।
ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।
ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି ।
୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ କାଲି ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେଲେ ବି ସେଇ ରୂପରେ ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। ଏମିତିକି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ କେଉଁଠି ବି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି।
୧୦ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ
ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।
ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।