Advertisment

ଅସାନି ସାଥୀରେ ଆଉ ଏକ ବାତ୍ୟା 'କରିମ୍‌' !

୨୦୧୯ରେ ବଙ୍ଗୋପସାଗରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସଗରରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
TWC Met Team

TWC Met Team

ଭାରତ ମହାସାଗରରେ ଏକାବେଳକ ସୃଷ୍ଟି ହୋଇଛି ଦୁଇ ଦୁଇଟା ବାତ୍ୟା। ଗୋଟିଏ ବାତ୍ୟା ଅସାନି, ଅନ୍ୟଟି କରିମ। ତେବେ ବାତ୍ୟା ଅସାନିର ଭୟ ନଯାଉଣୁ ସମୁଦ୍ରରେ ଆଉ ଏକ ବାତ୍ୟା କରିମ୍ ଆଶ୍ଚର୍ଯ୍ୟ କରୁଥିବ। ଗତ ସପ୍ତାହ ଶେଷ ସୁଦ୍ଧା ଭାରତ ମହାସାଗରର ବିଷୁବ ରେଖା ଅଞ୍ଚଳରେ ଦୁଇ ଦୁଇଟା ବାତ୍ୟା ସୃଷ୍ଟି ହୋଇଥିବା ନେଇ ଜଣାପଡ଼ିଛି। ସାଟେଲାଇଟର ଫଟୋକୁ ଦି ୱେଦର ଚାନେଲ(TWC) ସେୟାର କରିଛି। 

Advertisment

ଭାରତ ମହାସାଗରରେ ସୃଷ୍ଟ ଏହି ବାତ୍ୟା କରିମ୍, ଯାହା ଘଣ୍ଟା ପ୍ରତି ବେଗ ୧୧୨ କିମି ରହିଥିବା ବେଳେ ଝଟ୍‌କା ପବନ ୧୪୦ କିମି ପହଞ୍ଚିବାର ସମ୍ଭାବନା ରହିଛି। ତେବେ ବାତ୍ୟା କରିମ୍‌ର କେତେ ତୀବ୍ରତା ରହିବ, କେତେ ମାତ୍ରାରେ କ୍ଷତି କରାଇବ, ତାହା ଏବେ ପାଣିପାଗ ସଂସ୍ଥା ଦ୍ୱାରା ଆକଳନ କରାଯାଇନି। 

Advertisment

ତେବେ ଯୋଡା ଟ୍ରପିକାଲ ସାଇକ୍ଲୋନ୍‌(ଏକାସଂଗରେ ଦୁଇ ଦୁଇଟା ସାଇକ୍ଲୋନ୍) ବିପରୀତ ଦିଗ(ଉତ୍ତର-ଦକ୍ଷିଣ)ରେ ସମାନ୍ତରାଳ ଭାବେ ଦେଖାଦେଇଛି। ଏଭଳି ମଡେଲ କିଛି ନୂଆ କଥା ନୁହେଁ। ୨୦୧୯ରେ ବଙ୍ଗୋପସାଗରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସଗରରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା। ଫନି ଭୀଷଣ ଝଡ଼ ଆକାରରେ ଲ୍ୟାଣ୍ଡଫଲ କରିଥିଲା। ଏହି ସମୟରେ ପବନର ବେଗ ଥିଲା ୨୫୦ କିମି।

ସେହି ସମୟରେ ସୃଷ୍ଟି ହୋଇଥିବା ବାତ୍ୟା ଲୋର୍ଣ୍ଣା(ହୁରିକେନ୍-୧)ର ପବନର ବେଗ ସର୍ବାଧିକ ୭୦ କିମି ଥିଲା। ଯୋଡା ବାତ୍ୟା ଉଭୟ ଉଭୟଙ୍କ ପ୍ରତିଛବି ଅଟେ। ଯାହା ସମାନ ବଳୟ ଅଟେ କିନ୍ତୁ ବିପରୀତ ଦିଗରେ ରହିଥାଏ। ତେବେ ଏପରି ମଡେଲ ସାଧାରଣତଃ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦେଖାଦେଇଥାଏ।  

ସେପଚେ ବାତ୍ୟା ଅସାନି ଭୀଷଣ ଝଡରେ ପରିଣତ ହୋଇ ଉପକୂଳ ମୁହାଁ ହେବା ପରେ ଏବେ ଦୁର୍ବଳ ହେବାରେ ଲାଗିଛି। ଏହା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ତେବେ ଆନ୍ଧ୍ର ପାଖାପାଖି ସ୍ଥଳଭାଗ ଛୁଇଁ ପୁଣି ସମୁଦ୍ରକୁ ରିକର୍ଭ କରିବ। 

Cyclone Alert Cyclone Impact In Odisha Cyclone Asani TWC
Advertisment
Advertisment