Advertisment

ପାଣିପାଗ ବିଭାଗର ପୂର୍ବାନୁମାନ- ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ

ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ।

author-image
Rajalaxmi Sahoo
IMD Predicts Early Monsoon Arrival

IMD Predicts Early Monsoon Arrival

ଏବର୍ଷ ସଅଳ ଆସିପାରେ ମୌସୁମୀ। ଆସନ୍ତା ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ। କିନ୍ତୁ ଏଥର ୫ ଦିନ ଆଗରୁ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।   

Advertisment

ସେହି ଅନୁସାରେ, ଓଡ଼ିଶାକୁ ମଧ୍ୟ ସ୍ୱାଭାବିକ ସମୟର ୫ ଦିନ ଆଗରୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜୁନ୍ ୧୦ ତାରିଖ ହେଉଛି ଓଡ଼ିଶାକୁ ମୌସୁମୀ ଛୁଇଁବାର ସ୍ୱାଭାବିକ ସମୟ।  

Advertisment

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଛି। ଚଳିତ ବର୍ଷ ମୌସୁମୀ ବର୍ଷା ପରିମାଣ ୯୬ରୁ ୧୦୪% ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଉତ୍ତର ଓ କେନ୍ଦ୍ର ଭାରତରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ।

IMD Forecast IMD Monsoon
Advertisment
Advertisment