Advertisment

ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୭୦ରୁ ୮୦ କିମି ରହିବ।

author-image
Chandan Shishu
ଅଦ୍ୟତନ ହୋଇଛି
Cyclone Alert

Cyclone Alert

ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୧୦ କିଲୋମିଟର ଦୂରରେ ରହିଛି। ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି। ସେହିପରି ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗ ଠାରୁ ୫୫୦ କିଲୋମିଟର ଦୂରରେ ଗତି କରୁଛି ବାତ୍ୟା ଅସାନି

Advertisment

ଅମରାବତୀର ପାଣିପାଗ ବିଜ୍ଞାନୀ ଷ୍ଟିଲା ସାମୁଏଲ୍ କହିଛନ୍ତି ଯେ ବର୍ତ୍ତମାନ ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ବାତ୍ୟା ଅସାନିର ଗତି ରହିଛି। ଏହା କାକିନାଡ଼ାଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଗତି କରୁଛି।

ତେଣୁ ଏହାର ଉପକୂଳ ପାଇଁ ଜାରି ହୋଇଛି ରେଡ୍ ଓ୍ବାର୍ଣ୍ଣିଂ। କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଅସାନି ସ୍ଥଳ ଭାଗକୁ ଛୁଇଁପାରେ।  ସ୍ଥଳ ଭାଗ ଛୁଇଁବା ପରେ ପରେ ଏହା ରିକର୍ଭ କରି ପୁଣି ସମୁଦ୍ର ଭିତରକୁ ପଳାଇପାରେ ବୋଲି ଅନୁମାନ କରାଯାଉଛି। 

Advertisment

ଶ୍ରୀକାକୁଲମ, ବିଜୟନଗରମ୍, ବିଶାଖାପଟ୍ଟନମ୍‌ରେ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପୂର୍ବ ଗୋଦାବରୀ, କୃଷ୍ଣା, ପଶ୍ଚିମ ଗୋଦାବରୀ ପାଇଁ ମଧ୍ୟ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ବାତ୍ୟା ପ୍ରଭାବରେ ବେଳାଭୂମି ରାସ୍ତା ‍କ୍ଷତିଗ୍ରସ୍ତ ହୋଇଛି। 

ଆନ୍ଧ୍ର ପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ। ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନ୍ ପରୀକ୍ଷା ସ୍ଥଗିତ ହୋଇଛି। ୧୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଲା। ତେବେ ଆସନ୍ତାକାଲି ଠାରୁ ହେବାକୁ ଥିବା ସବୁ ପରୀକ୍ଷା ଅପରିବର୍ତ୍ତିତ ରହିଛି।  

ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ବିମାନସେବା ପ୍ରଭାବିତ ହୋଇଛି। ବିଶାଖାପାଟଣାରୁ ଉଡ଼ାଣ ଭରିବାକୁ ଥିବା ୨୩ ବିମାନ ବାତିଲ କରାଯାଇଛି। ସେହିପରି ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନ ଉଡାଣ ବାତିଲ ହୋଇଛି। 

Cyclone Asani Cyclone Impact In Odisha Cyclone Alert
Advertisment
Advertisment