/odishatv-khabar/media/post_attachments/uploadimage/library/16_9/16_9_0/MONSOON_1626954391.jpg)
MONSOON
ଚଳିତ ବର୍ଷ ସଅଳ ଆସିପାରେ ମୌସୁମୀ ବାୟୁ। ଆସନ୍ତା ୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଅର୍ଥାତ ସ୍ୱାଭାବିକ ତାରିଖ ଆଗରୁ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ତେବେ ଆକଳନରେ ମଡେଲଜନିତ ତ୍ରୁଟିରେ ୪ ଦିନ ଆଗ ପଛ ହୋଇପାରେ।
ପାଣିପାଗ ବିଭାଗର ପ୍ରାକ୍ ସୂଚନା ଅନୁଯାୟୀ, ଆସନ୍ତା ୧୫ ତାରିଖରେ ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ତେଣୁ ଏହାର ୧୧ ଦିନ ପରେ କେରଳରେ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ। ଏହି ଧାରାକୁ ଯଦି ଦେଖିବା, ତେବେ ଆସନ୍ତା ୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି।
ଏହାର ୧୦/୧୨ ଦିନ ପରେ ଅର୍ଥାତ ଜୁନ୍ ପ୍ରଥମ ସପ୍ତାହ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିପାରେ ବୋଲି କହିଛି ପାଣିପାଗ ବିଭାଗ। ସାଧାରଣତଃ ଜୁନ ପହିଲାରେ କେରଳକୁ ଛୁଇଁଥାଏ ମୌସୁମୀ। କିନ୍ତୁ ଏଥର ଅନୁକୂଳ ପାଗ ଯୋଗୁ ସପ୍ତାହେ ଆଗରୁ ମୌସୁମୀ କେରଳ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)