ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ଭୟ ଟଳି ଥିଲେ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି ସମ୍ପର୍କ ନାହିଁ।
ଗତ ୬ ଘଣ୍ଟା ମଧ୍ୟରେ ‘ଅସାନି’ ସ୍ଥିର ଥିବାବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।
ବିଶାଖାପାଟଣାରେ ଅବିଶ୍ରାନ୍ତ ବର୍ଷା । ଗୋଦାବରୀ ଜିଲ୍ଲାରେ ଅଣଚାଷ ପବନର ତାଣ୍ଡବ । ସାମୁଦ୍ରିକ ଝଡ଼ ମାଡ଼ରେ ଘାଇଲା ମାନ୍ୟମ ଜିଲ୍ଲା । ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର ।
୨୦୧୯ରେ ବଙ୍ଗୋପସାଗରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସଗରରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା।
ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୭୦ରୁ ୮୦ କିମି ରହିବ।
ବାତ୍ୟା ଅସାନି ପ୍ରଭାବରେ ହେବାକୁ ଥିବା ବର୍ଷା ଓ ପବନ ଯୋଗୁ ବାଲେଶ୍ୱର ଜିଲ୍ଲାର ଚାଷୀ ଏବେ ଚିନ୍ତାରେ ରହିଛନ୍ତି ।
ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ।
କେଉଁଠି ଗଭୀର ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ଏୟାରଲିଫ୍ଟ କରି ଉଦ୍ଧାର, ତ କେଉଁଠି ଢେଉ ମାଡ଼ରେ ବୁଡ଼ିଯାଉଥିବା ଡଙ୍ଗା, ଆଉ ସେଥିରୁ ଭାଗ୍ୟ ବଳରେ ବର୍ତ୍ତୁଥିବା ମତ୍ସ୍ୟଜୀବୀ । ବାତ୍ୟା ଅସାନି ପ୍ରଭାବର ଏହି ଦୁଇଟିଯାକ ଛାତିଥରା ଚିତ୍ର ଘଟିଛି ଗଞ୍ଜାମ ଉପକୂଳରେ ।
ବଙ୍ଗୋପସାଗରରେ ବାତ୍ୟା ଅସାନି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହେଲେ ଏହାର ପ୍ରଭାବରେ ଆଜିଠୁ କଟକ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହିଭଳି ପାଗ ଲାଗି ରହିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି ।
ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି
ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି।
ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ବାତ୍ୟା ‘ଅସାନି’ ଏବେ ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି।
କିଛି ସ୍ଥାନରେ ପ୍ରବଳ ବର୍ଷିବା ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀକୂଳ
ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ।
ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ