Advertisment

ପଶିଲା ପାଣି, ମନ୍ଦିର ଛାଡ଼ିଲେ ମହାପ୍ରଭୁ

ଜଗନ୍ନାଥ ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ମହାପ୍ରଭୁ। କୋନାବିରା ଗାଁକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଶିବା ଯୋଗୁ କୋନାବିରା ଜଗନ୍ନାଥ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Water enters Jagannath temple in Nuapada, idols of sibling deities relocated

Water enters Jagannath temple in Nuapada, idols of sibling deities relocated

ଜଗନ୍ନାଥ ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ମହାପ୍ରଭୁ। ନୂଆପଡା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ କୋନାବିରା ଗାଁକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଶିଛି। ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁ ଲୋୟର ଇନ୍ଦ୍ର ଡ୍ୟାମର ଗେଟ୍ ଖୋଲାଯିବା ଫଳରେ କୋନାବିରା ଗାଁକୁ ଡ୍ୟାମ୍ ପାଣି ପଶି ଯାଇଥିଲା।  ଫଳରେ କୋନାବିରା ଜଗନ୍ନାଥ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଇଥିଲା।

Advertisment

ଏହାପରେ ପୂଜକ ଓ ଗ୍ରାମବାସୀ ମହାପ୍ରଭୁଙ୍କୁ ସୁରକ୍ଷିତ ଭାବେ ଗାଁ ଠାରୁ ୨ କିଲୋମିଟର ଦୂର ଏକ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ଥାନାନ୍ତର ବେଳେ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଯଦିଓ ବନ୍ୟା ପାଣି କମିଛି, ତଥାପି ଲୋକଙ୍କ ଦୁର୍ଦ୍ଦଶା କମିନି। ଏବେବି ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ପାଣି ଘେରରେ ଲୋକେ ଅଛନ୍ତି। ଅନେକ ଗାଁ ଭିତରକୁ ବନ୍ୟା ପାଣି ପଶିଛି।

ସେପଟେ ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଓ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Odisha Flood Fury Weather In Odisha Rain In Odisha Odisha Flood Flood In Odisha
Advertisment
Advertisment