Advertisment

ସନ୍ଧ୍ୟା ସୁଦ୍ଧା ହୀରାକୁଦ ଗେଟ୍ ବନ୍ଦ ନିଷ୍ପତ୍ତି : EIC

କିଛି ସମୟ ମଧ୍ୟରେ କମିଯିବ ଜଳସ୍ତର ,ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିବ

author-image
Prangyan Parimita
Special story

Special story

ହୀରାକୁଦ୍ ଡ୍ୟାମର ଗେଟ୍ ବନ୍ଦ ସମ୍ପର୍କରେ ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ । ଆଜି ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୪୦ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ତେବେ ଦିନକ ପୂର୍ବରୁ ହୀରାକୁଦରୁ ୧୪ଟି ଗେଟ୍ ଦ୍ୱାରା ଛଡା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିବ । ସନ୍ଧ୍ୟାବେଳକୁ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ବିଜୟ ମିଶ୍ର କହିଛନ୍ତି ।

Advertisment

ସେହିପରି ମହାନଦୀରେ ବନ୍ୟା କାରଣରୁ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ ପ୍ରଭାବିତ ହୋଇଛି । ଗଣିଆ, ଭାପୁର ଏବଂ ଖଣ୍ଡପଡା ବ୍ଲକର ୮୦ ଟି ଗାଁ ର ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଯାତାୟତ ପାଇଁ ବୋଟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ରିଲିଫ ଲୋକଙ୍କ ପାଖରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକରେ ପିକ୍ ଫ୍ଲଡ୍ କମିବାରେ ଲାଗିଛି। ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ତେବେ ଘଳିଆ ପଡ଼ିଥିବା ସ୍ଥାନକୁ ମରାମତି କରାଯାଉଥିବା SRC ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛ ।

Advertisment
Flood Updates
Advertisment
Advertisment