/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660834973.jpg)
Domestic Animal
ଉପକୂଳ ଓଡ଼ିଶାରେ ପ୍ରଳୟଙ୍କାରୀ ବନ୍ୟା ପରେ ଅକଥନୀୟ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି ୫ ଜିଲ୍ଲାର ନଦୀକୂଳିଆ ଓ ତଳିଆ ଅଞ୍ଚଳ ଲୋକେ । ତେବେ ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି ।
ପୁରୀ ଜିଲ୍ଲାର ଗୋପ୍ ଅଞ୍ଚଳବାସୀଙ୍କୁ ଗଲା ଦୁଇ ଦିନ ଧରି ଅସ୍ତବ୍ୟସ୍ତ କରିଛି କୁଶଭଦ୍ରାର ବନ୍ୟାଜଳ । ଏଭଳି ସ୍ଥିତିରେ ଘର ଦ୍ୱାର ଛାଡ଼ି ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି ଲୋକେ । ଘରୁ ଆସିବା ବେଳେ ଖାଲି ପିଲା ପରିବାର ନୁହନ୍ତି, ବରଂ ସେମାନଙ୍କ ଜୀବନ ଜୀବୀକାର ମୁଖ୍ୟ ଉତ୍ସକୁ ବି ସାଙ୍ଗରେ ଆଣି ଆସିଛନ୍ତି । ଗୋପ ଷୋଳପୁର ଗାଁର ବନ୍ୟାରେ ଉଜୁଡ଼ି ଯାଇଛି ଗାଈଗୋରୁ, ଛେଳିମେଣ୍ଢା ଓ ଅନ୍ୟ ଜୀବଜନ୍ତୁଙ୍କ ବାସସ୍ଥଳି । ତେଣୁ ମଣିଷଙ୍କ ଭଳି ସେମାନଙ୍କ ଜୀବନ ବି ଦୁର୍ବିସହ । କେଉଁଠି ରାସ୍ତା ତ ଆଉ କେଉଁଠି ନଦୀବନ୍ଧ ଉପରେ ନୀରିହ ପ୍ରାଣୀଙ୍କ ଜୀବନ ଖୋଲା ଆକଶ ତଳେ ରାତିଦିନ ବିତୁଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଆୟତତ୍ତପୁର ଅଞ୍ଚଳରେ ଆଜିକୁ ୫ ଦିନ ଲୋକଙ୍କୁ ନାକେଦମ କଲାଣି ବନ୍ୟା । ଏଠି ଲୋକଙ୍କ ପାଖରେ ଠିକରେ ଖାଦ୍ୟ ପହଞ୍ଚୁନଥିବା ବେଳେ ଗୋରୁଗାଈଙ୍କ କଥା ପଚାର କିଏ? ମଣିଷଙ୍କ ଭଳି ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ଶହ ଶହ ଜୀବଜନ୍ତୁ । ଚତୁର୍ଦ୍ଦିଗରେ ଜଳବନ୍ଦୀ ଅବସ୍ଥା ଲାଗି ରହିଥିବାରୁ ଗୋଖାଦ୍ୟର ସୁବିଧା ବି ନାହିଁ । ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ସ୍ଥାନୀୟ ଲୋକେ ।
କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଅନୁରୂପ ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ହଜାର ହଜାର ଗୃହପାଳିତ ପଶୁ । ତେଣେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ବି ଗାଈଗୋରୁଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ସେଠାରେ ବି ଗୋସଂପଦ ଅନେକକଙ୍କର ଜୀବନଜୀବିକାର ଏକମାତ୍ର ଉତ୍ସ । ତେଣୁ ସେମାନଙ୍କ ସୁରକ୍ଷା ଓ ସେବାଯତ୍ନ ଲାଗି କିଛି ଲୋକ ଗାଈକୁ ଛାତ ଉପରକୁ ନେବାକୁ ପଛାଇ ନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)