ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି,ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି
ଜଳର ପ୍ରଖର ସ୍ରୋତ ପାଇଁ ରାଜ୍ୟରେ ବିଭିନ୍ନ ଅଘଟଣ ଘଟୁଛି ।
ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ିଆ, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି ।
କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।
ଦିନଠୁ ବଳି ରାତିର ଦୁଃଖ। ପାଣିରେ ଘରଦ୍ୱାର ବୁଡ଼ିଛି, ଜରିପାଲ ପାଲଟିଛି ସାହାରା। ଗୃହପାଳିତ ପଶୁ ସହ ନଦୀବନ୍ଧ ଓ ଉଚ୍ଚସ୍ଥାନରେ କଟୁଛି ବିପନ୍ନଙ୍କ ରାତି। ରାତି ହେଲେ ବଇରି ସାଜୁଛି ପେଟର ଭୋକ, ଆଖିର ନିଦ।
ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।
ଭୟଙ୍କର ଦୁର୍ଦ୍ଦଶା ଆଣିଛି ଲଘୁଚାପ ବର୍ଷା। ଦିନ ଦିନ ଧରି ବତୁରି ରହିଥିବା କାନ୍ଥ ଭୁଶୁଡ଼ି ଜୀବନ ଯାଇଛି। ପାଞ୍ଚ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ରାସ୍ତାଘାଟ ଧୋଇଯାଇ ବହୁ ଗାଁ ବିଚ୍ଛିନ୍ନ ହୋଇଛି।
ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି
ପଲିଥିନ ପାଇଁ ତହସିଲହଦାରଙ୍କ ଗୋଡ଼ତଳେ ପଡ଼ିଲେ ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ଆବାସ ପ୍ରତିଶ୍ରୁତିକୁ ନେଇ ଘେରିଲେ ବିରୋଧୀ ।
ହୀରାକୁଦର ଅନ୍ୟ ଗେଟ୍ ଆଜି ବନ୍ଦ କରିବାକୁ ଯୋଜନା ନାହିଁ, ପରିସ୍ଥିତି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣଙ୍କ ଜୀବନ ଚାଲିଛି।
ଗଭୀର ଅବପାତ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ଉପକୂଳ ଅତିକ୍ରମ କରିଥିଲା। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି।
ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।
ଜୀବନ ଖାଲି ବଞ୍ଚିଛି, କିନ୍ତୁ ଦଇବ ଦିଆ ଦୁର୍ଦ୍ଦଶା ସାଙ୍ଗକୁ ବ୍ୟବସ୍ଥାର ଅବ୍ୟବସ୍ଥା ବେଡ଼ି ଉପରେ କୋର଼ଡ଼ା ସାଜିଛି ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ଥିତି।
ଉତ୍ତର ଓଡ଼ିଶାରେ ସର୍ବାଧିକ ବର୍ଷା ହେବ, କାଲିଠୁ କମିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।
ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି ।
SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C
ଆଉ ବଢ଼ିରେ ବୁ଼ଡିଥିବା ସବୁ ଗାଁ ଭିତରର ଦୁର୍ଦ୍ଦଶାର ଦୃଶ୍ୟ ହିଁ ବୟାନ କରୁଛି ବନ୍ୟା ବିପନ୍ନଙ୍କ କଷ୍ଟ। ଘରେ ପାଣି ପଶିଯିବା ପରେ ପାଲଟାଙ୍ଗି ଯିଏ ଛାତ ଉପରେ ରହୁଥିଲେ, ବର୍ଷା ପରଠୁ ଏବେ ଖଟ ଉପରେ ବସିଛନ୍ତି। ତାହାରି ଉପରେ ଷ୍ଟୋଭ୍ ଆଉ ବାସନକୁସନ ବି ରହୁଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ ।
ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି।
ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି।
ବର୍ଷା ସିନା ଛାଡ଼ି ଯାଇଛି ହେଲେ ଲୋକଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି... କେଉଁଠି ଛାତ ଉପରେ ଚୂଲି ତ କେଉଁଠି ଚୁଲି ଭିତରେ ପାଣି... କେଉଁଠି ଭାସି ଭାସି ଆସୁଛି ରନ୍ଧା ଖାଦ୍ୟ ତ ଆଉ କେଉଁଠି ଚୂଡା ଗୁଡ଼ ପାଇଁ ଅଶାନ୍ତି। ବନ୍ୟା ବିପନ୍ନଙ୍କ ଅବସ୍ଥା ସଚୋନୀୟ... ଦେଖନ୍ତୁ ସାରା ଓଡ଼ିଶାରୁ ଟିକିନିକି ଦୃଶ୍ୟ