Advertisment

ବାତ୍ୟା ନେଇ କିଛି ଆକଳନ ହୋଇନି: ପାଣିପାଗ ବିଜ୍ଞାନୀ

ବାତ୍ୟା ସଂପର୍କରେ IMD କୌଣସି ସୂଚନା ଜାରି କରି ନାହିଁ। ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
No information regarding cyclone says IMD scientist Uma Shankar Das

No information regarding cyclone says IMD scientist Uma Shankar Das

ବାତ୍ୟା ନେଇ କିଛି ସୂଚନା ନାହିଁ କି ଏସମ୍ପର୍କିତ କିଛି ଆକଳନ କରାଯାଇନି। ବାତ୍ୟା ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବାତ୍ୟା ନେଇ ବର୍ତ୍ତମାନ କିଛି ସୂଚନା ନାହିଁ ବୋଲି ଉମାଶଙ୍କର ଦାସ କହିଛନ୍ତି।

Advertisment

ସେ କହିଛନ୍ତି ଯେ, ବାତ୍ୟା ସଂପର୍କରେ IMD କୌଣସି ସୂଚନା ଜାରି କରି ନାହିଁ। ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇନି।

ଅନ୍ୟପକ୍ଷେ, ଆସନ୍ତା ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ସେହିପରି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ୨ୟ ଲଘୁଚାପ ସୃଷ୍ଟି ହୋଇପାରେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ୫ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖରେ ବଢ଼ିବ।

Advertisment

ପ୍ରବଳ ବର୍ଷା ସମ୍ଭାବନା ନେଇ ସେପ୍ଟେମ୍ବର ୬ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର। ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

Cyclone
Advertisment
Advertisment