Advertisment

୬ ତାରିଖରେ ପ୍ରବଳ ବର୍ଷିବ ! ୮ ଜିଲ୍ଲାକୁ ଚେତାବନୀ

୫ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖରେ ବଢ଼ିବ। ପ୍ରବଳ ବର୍ଷା ସମ୍ଭାବନା ନେଇ ସେପ୍ଟେମ୍ବର ୬ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

author-image
Rajalaxmi Sahoo
Heavy Rainfall Likely In 8 Districts Of Odisha

Heavy Rainfall Likely In 8 Districts Of Odisha

ତାତିରୁ ମିଳିବ ଆଶ୍ୱସ୍ତି। ଆସୁଛି ଆଉ ୨ଟି ଲଘୁଚାପ ! ଆସନ୍ତା ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଗତ କିଛି ଦିନ ଧରି ଲାଗି ରହିଥିବା ଗରମରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Advertisment

ଆସନ୍ତା ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ସେହିପରି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ୨ୟ ଲଘୁଚାପ ସୃଷ୍ଟି ହୋଇପାରେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ୫ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖରେ ବଢ଼ିବ।

ପ୍ରବଳ ବର୍ଷା ସମ୍ଭାବନା ନେଇ ସେପ୍ଟେମ୍ବର ୬ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର। ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

Advertisment

ଅନ୍ୟପକ୍ଷେ, ଦୁର୍ବଳ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ୨୨ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ କିମ୍ବା ଏହାଠୁ ଅଧିକ ରେକର୍ଡ କରାଯାଇଛି। ୩୬.୭ ଡିଗ୍ରୀ ସେଲସିୟସ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଆହୁରି ୨ ଦିନ ଦୁର୍ବଳ ମୌସୁମୀର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। 

Rain In Odisha Heavy Rainfall Alert Weather In Odisha
Advertisment
Advertisment