/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661830882.jpg)
Day temperature in Odisha rises due to weak monsoon
ରାଜ୍ୟରେ ବଢ଼ୁଛି ଦିନ ତାପମାତ୍ରା। ମୌସୁମୀ ନିମ୍ନ ଚାପରେଖାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଆଗାମୀ ୫ ଦିନ ଯାଏ ଅବସ୍ଥାନ କରିବାର ସମ୍ଭାବନା ରହିଛି। ତେଣୁ ଏହି ଅବଧି ଯାଏ ମୌସୁମୀ ପ୍ରବାହ ଦୁର୍ବଳ ରହିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଦିନ ତାପମାତ୍ରା ସହ ଉପକୂଳରେ ପ୍ରଚୁର ଜଳୀୟବାଷ୍ପ ପ୍ରଭାବରେ ଗୁଳୁଗୁଳି ଜାରି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଆଗାମୀ 5ଦିନ ଯାଏଁ ଅବସ୍ଥାନ କରିବାର ସମ୍ଭାବନା ଥିବାରୁ ରାଜ୍ୟରେ ଏହି ଅବଧି ଯାଏଁ ମୌସୁମୀ ପ୍ରବାହ ଦୁର୍ବଳ ରହିବାର ସମ୍ଭାବନା
ପ୍ରଭାବରେ ଉଚ୍ଚ ଦିନ ତାପମାତ୍ରା ସହ ଉପକୂଳରେ ପ୍ରଚୁର ଜଳୀୟବାଷ୍ପ ପ୍ରଭାବରେ ଗୁଳୁଗୁଳି ଜାରିରହିବ pic.twitter.com/mpHfnZyk9S
— Meteorological Centre, Bhubaneswar (@mcbbsr) August 30, 2022
ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ୬ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି। ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର ହୋଇଛି। ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୁଳରେ ଗୁଳୁଗୁଳି ଜାରି ରହିଥିବା ବେଳେ ଦୁର୍ବଳ ମୌସୁମୀ ପ୍ରଭାବ ଆହୁରି ୪ ରୁ ୫ଦିନ ରାଜ୍ୟରେ କାଁ ଭାଁ ବିକ୍ଷିପ୍ତ ବର୍ଷା ହୋଇପାରେ।
ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ 6 ସହରରେ ଦିନ ତାପମାତ୍ରା 35ଡ଼ିଗ୍ରୀ କିମ୍ଵା ଅଧିକ ରେକର୍ଡ
35.8 ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର
ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୁଳରେ ଗୁଳୁଗୁଳି ଜାରି
ଦୁର୍ବଳ ମୌସୁମୀ ପ୍ରଭାବ ଆହୁରି 4 ରୁ 5 ଦିନ ରାଜ୍ୟରେ କାଁ ଭାଁ ବିକ୍ଷିପ୍ତ ବର୍ଷା
— Meteorological Centre, Bhubaneswar (@mcbbsr) August 30, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)