• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ବଢ଼ୁଛି ତାତି । ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିଲା । ୩୬.୨ ଡିଗ୍ରୀ ସହ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ରହିଛି । ସେହିପରି ମାଲକାନଗିରିରେ ୩୬ ଓ ଭୁବନେଶ୍ୱରରେ ସର୍ବାଧିକ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ ହୋଇଛି ।

ଦିନର ଉଚ୍ଚ ତାପମାତ୍ର ତଥା ଆର୍ଦ୍ରତା ଯୋଗୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିଛି । ତେବେ ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସଂଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଗତକାଲି ମଧ୍ୟ ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ୬ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି ଭଳି ଗତକାଲି ମଧ୍ୟ ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର ହୋଇଥିଲା । ତେବେ ଦୁର୍ବଳ ମୌସୁମୀ ପ୍ରଭାବରେ ଆହୁରି ୪ ରୁ ୫ଦିନ ରାଜ୍ୟରେ ଏହି ଭଳି ପାଗ ଲାଗି ରହିବ ।

 

ସେପଟେ ରାଜଧାନୀ ଭୁବନେଶ୍ୱର ଆକାଶରେ ଦୁର୍ବଳ ମୌସୁମୀର ପ୍ରତିଫଳନ ଦେଖାଦେଇଛି । ଧଳା ମେଘ ଖଣ୍ଡ ଆକାଶରେ ଦେଖାଯାଉଥିବା ବେଳେ ପାଣିଚିଆ ଖରା, ବର୍ଦ୍ଧିତ ତାପମାତ୍ରା ତଥା ଉଚ୍ଚ ଆର୍ଦ୍ରତା ପ୍ରଭାବରେ ପ୍ରଚୁର ଗୁଳୁଗୁଳି ଅନୁଭୂତ ହେଉଛି।