କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ ।
ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି ।
ବନ୍ୟା ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଆଜି ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ
ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ କରାଯାଉଛି
କିଛି ସମୟ ମଧ୍ୟରେ କମିଯିବ ଜଳସ୍ତର ,ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିବ
ଜଗନ୍ନାଥ ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ମହାପ୍ରଭୁ। କୋନାବିରା ଗାଁକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଶିବା ଯୋଗୁ କୋନାବିରା ଜଗନ୍ନାଥ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଇଥିଲା।
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି।
ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।
ବିଶେଷ କରି ୧୮, ୧୯ ଏବଂ ୨୦ ତାରିଖ ତିନି ଦିନ ବର୍ଷିବ। ତେବେ ବର୍ଷାର ପରିମାଣ ୧୯ ତାରିଖରେ ଅଧିକ ରହିବ। ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।
ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ।
କଟକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ବାଙ୍କି ବ୍ଲକ୍ ଶିମିଳିପୁର ପଞ୍ଚାୟତ ସୁତାଖଳା ଗାଁର ସ୍ଥିତି ଅତି ଦୟନୀୟ ।
ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧, ୨୦୨୦ରେ ମହାନଦୀ ଅବବାହିକାରେରେ ବି ବଡ ବନ୍ୟା ଆସିଥିଲା।
କଣ୍ଟିଲୋ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଗାଁରେ ଚାଲିଛି ଅଣ୍ଟାଏ ଉପରେ ପାଣି।
ସ୍କୁଲର MDM ସାମଗ୍ରୀ ଆବଶ୍ୟକ ଅନୁସାରେ ଖର୍ଚ୍ଚ ହୋଇପରେ । ପରେ ଏହାକୁ ଭରଣା ହେବ ।
ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।
ମହାନଦୀରେ ବଡ଼ ବନ୍ୟା। କ’ଣ ହୋଇପାରେ ଏହା ପଛର କାରଣ ? ଛତିଶଗଡ ଏକାଧିକ ବ୍ୟାରେଜ୍ ନିର୍ମାଣ ? ନା ହୀରାକୁଦ ଡ୍ୟାମ୍ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ୟା? ଆସନ୍ତୁ ଜାଣିବା…
ବନ୍ୟା କୋପରୁ ବାଦ୍ ପଡ଼ିନି ରାଜଧାନୀ ଭୁବନେଶ୍ୱର। ଦୟା ନଦୀର ପଛୁଆ ପାଣିରେ ଜଳମଗ୍ନ ହୋଇଛି ସହର ଉପକଣ୍ଠ। ସୁନ୍ଦରପଦା, କୁଆ କଣ୍ଟିଲୋ, ବାଲିପାଟଣା, ଧଉଳି ହୋଇଛି ଜଳମଗ୍ନ। ପ୍ରାକୃତିକ ଜଳାଶୟ ଜବରଦଖଲ ଓ ବେଆଇନ ନିର୍ମାଣ ସହରୀ ବନ୍ୟାର କାରଣ ବୋଲି କୁହାଯାଉଛି।
ବନ୍ୟାର ଆଁରେ ପୁରୀ-ଖୋର୍ଦ୍ଧା । ଖୋର୍ଦ୍ଧା ତିରିମଲ ପାଖରେ ଶହେ ଫୁଟ୍ର ଘାଇ । ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍ରେ ଗାଡ଼ି ଚଳାଚଳ ଠପ୍ ।
ଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା କହିଲଷ SRC ।
ଘାଇ ମୁହଁରୁ ବିପନ୍ନଙ୍କୁ ବଞ୍ଚାଇବାକୁ ଚାଲିଛି ଉଦ୍ୟମ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରୁଛି ଅଗ୍ନିଣମ ବାହିନୀ ।
୬ଟି ଗାଁରେ ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ । ରାଜଖମା ନିକଟ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ।
ସରକାରଙ୍କ ଅବହେଳାରୁ ବନ୍ୟାସ୍ଥିତି ସଂଗୀନ । ନଦୀବନ୍ଧର ସୁରକ୍ଷା ପାଇଁ ୩ ବର୍ଷ ହେଲା ବୈଠକ ନାହିଁ ।