ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା। ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍ର ଜଳ ପ୍ରବାହରୁ ୨ ଜିଲ୍ଲାର ୬ଟି ବ୍ଲକ୍ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି।
ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସମସ୍ୟା ନେଇ ଓଟିଭି ଖବର ପ୍ରସାରଣ ହୋଇଥିଲା। ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଓଟିଭି ଦେଖାଇଥିଲା।
୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ରହିଛି।
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।
ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।
ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍ରେ ଖୋଲିଛି ୧୬ଟି ଗେଟ୍। ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ୬ ଲକ୍ଷ କ୍ୟୁସେକ୍ ପାଣି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଆଜି ରାତିରୁ ବିପତ୍ତି।
ଜଳବନ୍ଦୀ ସମସ୍ୟା ଭିତରେ ସାନିଟାରୀ ନାପ୍କିନ୍ ଚିନ୍ତା। କପଡ଼ା ବ୍ୟବହାର ଯୋଗୁଁ ବଢୁଛି ସଂକ୍ରମଣ ଆଶଙ୍କା। ରିଲିଫ୍ ସାମଗ୍ରୀରେ ମହିଳାଙ୍କୁ ପ୍ୟାଡ୍ ଦେବାକୁ ଦାବି।
ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି ।
ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।
ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି,ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି
ଜଳର ପ୍ରଖର ସ୍ରୋତ ପାଇଁ ରାଜ୍ୟରେ ବିଭିନ୍ନ ଅଘଟଣ ଘଟୁଛି ।
ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ିଆ, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି ।
କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।
ଦିନଠୁ ବଳି ରାତିର ଦୁଃଖ। ପାଣିରେ ଘରଦ୍ୱାର ବୁଡ଼ିଛି, ଜରିପାଲ ପାଲଟିଛି ସାହାରା। ଗୃହପାଳିତ ପଶୁ ସହ ନଦୀବନ୍ଧ ଓ ଉଚ୍ଚସ୍ଥାନରେ କଟୁଛି ବିପନ୍ନଙ୍କ ରାତି। ରାତି ହେଲେ ବଇରି ସାଜୁଛି ପେଟର ଭୋକ, ଆଖିର ନିଦ।
ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।
ଭୟଙ୍କର ଦୁର୍ଦ୍ଦଶା ଆଣିଛି ଲଘୁଚାପ ବର୍ଷା। ଦିନ ଦିନ ଧରି ବତୁରି ରହିଥିବା କାନ୍ଥ ଭୁଶୁଡ଼ି ଜୀବନ ଯାଇଛି। ପାଞ୍ଚ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ରାସ୍ତାଘାଟ ଧୋଇଯାଇ ବହୁ ଗାଁ ବିଚ୍ଛିନ୍ନ ହୋଇଛି।
ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି
ପଲିଥିନ ପାଇଁ ତହସିଲହଦାରଙ୍କ ଗୋଡ଼ତଳେ ପଡ଼ିଲେ ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ଆବାସ ପ୍ରତିଶ୍ରୁତିକୁ ନେଇ ଘେରିଲେ ବିରୋଧୀ ।
ହୀରାକୁଦର ଅନ୍ୟ ଗେଟ୍ ଆଜି ବନ୍ଦ କରିବାକୁ ଯୋଜନା ନାହିଁ, ପରିସ୍ଥିତି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣଙ୍କ ଜୀବନ ଚାଲିଛି।
ଗଭୀର ଅବପାତ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ଉପକୂଳ ଅତିକ୍ରମ କରିଥିଲା। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ, ଉତ୍ତର ଓଡିଶା, ଉତ୍ତର ଛତିଶଗଡ ଦେଇ ଗତି କରିବା ସହ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେଉଛି।
ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା ହୋଇଛି।
SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।