/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662523660.jpg)
Rainfall Alert For Bengaluru
ବେଙ୍ଗାଲୁରୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ ଲୋକଙ୍କ ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଆହୁରି ୨ରୁ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବେଙ୍ଗାଲୁରୁ ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ । ସହରରେ ତଳିଆ ଅଂଚଳରେ ପାଣି ଜମି ରହିଥିବାରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । କ୍ଷତିଗ୍ରସ୍ତଙ୍କ ଲାଗି ୧୫ଶହ କୋଟିର ସହାୟତା ଅର୍ଥ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।
ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଡ୍ରେନେଜ୍ ସମସ୍ୟା ସୃଷ୍ଟି ହୋଇଛି । ସେଥିଲାଗି ସହରରେ ଜବରଦଖଲ ଉଚ୍ଛେଦ ଲାଗି ୩ଶହ କୋଟି ମଂଜୁର କରାଯାଇଛି । ଜଳପ୍ରଳୟରୁ ଲୋକଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ୍ ଓ ଏନଡିଆରଏଫ୍ ନିୟୋଜିତ ହୋଇଛନ୍ତି । ଦାମୀ ଗାଡ଼ି ସବୁ ବେକାର ହୋଇ ପଡ଼ିଥିବାବେଳେ ପାଣି ଭର୍ତ୍ତି ସଡ଼କରେ ଯାଆସର ସାହା ସାଜିଛନ୍ତି ଟ୍ରାକ୍ଚର ଓ ବୁଲଡୋଜର ।
ଜଳତାଣ୍ଡବରେ ଏଯାଏଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସହରର କେତେକ ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଠପ୍ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ପାୱାର କଟ୍ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିବାରୁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି । ୨ ହଜାର ଘର ଜଳପ୍ଲାବିତ ହେବାରୁ ୧୦ ହଜାରରୁ ଅଧିକ ଲୋକ ବେଘର ହୋଇ ପଡ଼ିଛନ୍ତି । ଲୋକଙ୍କ ପାଖରେ ପାଣି ଟ୍ୟାଙ୍କର ଶୀଘ୍ର ଉପଲବଧ କରାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)