/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662261034.jpg)
Weather Update
ବାତ୍ୟା ନୁହେଁ, କେବଳ ଲଘୁଚାପ ଆସୁଛି । ବାତ୍ୟାକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ଏଭଳି ସୂଚନା ଦେଇଛି ପାଣିପାଗ ବିଭାଗ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ରାଜ୍ୟରେ ବାତ୍ୟା ନେଇ କୌଣସି ସୂଚନା ନାହିଁ । କିମ୍ବା ବାତ୍ୟା ସଂପର୍କରେ IMD କୌଣସି ସୂଚନା ଜାରି କରିନାହିଁ । ତେବେ ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟିହେବ ବୋଲି ସୂଚନା ଦେଇଛନ୍ତି ଉମାଶଙ୍କର ।
ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇନି ବୋଲି ସେ କହିଛନ୍ତି । ମୌସୁମୀ ସକ୍ରିୟ ଥିବା ବେଳେ କେବେ ବାତ୍ୟା ଆସେନାହିଁ । ମୌସୁମୀ ନିମ୍ନଚାପ ରେଖା ଉତ୍ତରରେ ରହୁଛି । ଫଳରେ ୩ରୁ ୪ ଡିଗ୍ରୀ ଅଧିକ ପାରଦ ରହୁଛି । ୨୨ ସହରରେ ତାପମାତ୍ରା ୩୫ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୩୫ ଡିଗ୍ରୀ ତାପମାତ୍ରା ସହ ଆର୍ଦ୍ରତା ୬୫ % ରହୁଛି । ଫଳରେ ଏବେ ଗୁଳୁଗୁଳି ଲାଗିରହିଛି । ଏଭଳି ସ୍ଥିତି ଆହୁରି ୨ ଦିନ ରହିବ ବୋଲି କହିଛି ପାଣିପାଗ ବିଭାଗ ।
କାଲିଠାରୁ ବର୍ଷା ହେବା ସହ ୬ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । ପ୍ରଥମ ସପ୍ତାହ ଶେଷ ବେଳକୁ ଗୋଟିଏ ଘୁର୍ଣ୍ଣିବଳୟ ଏବଂ ୯ରୁ ୧୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ଆସିବ । ଫଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)