/odishatv-khabar/media/post_attachments/uploadimage/library/16_9/16_9_0/Heavy_Rain_1662270574.jpg)
Heavy Rain
କିଛିଦିନ ଅସହ୍ୟ ତାତି ପରେ ମିଳିବ ଆଶ୍ୱସ୍ତି । ୬ ତାରିଖରୁ ପୁଣି ଆସୁଛି ବଡ଼ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ବର୍ଷା ଆରମ୍ଭ ହେବ । ୬ ତାରିଖ ବେଳକୁ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Advertisment
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଘୂର୍ଣ୍ଣିବଳୟ ଆସିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ବର୍ଷା ନେଇ ସତର୍କ ସୂଚନା ବି ଜାରି ହୋଇଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଭଳି ୮ ଜିଲ୍ଲାକୁ ୬ ତାରିଖ ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ ।
ସେପଟେ ବାତ୍ୟାକୁ ନେଇ ଲାଗିରହିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ରାଜ୍ୟରେ ବାତ୍ୟା ନେଇ କୌଣସି ସୂଚନା ନାହିଁ । କିମ୍ବା ବାତ୍ୟା ସଂପର୍କରେ IMD କୌଣସି ସୂଚନା ଜାରି କରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)