• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ନେଇ ଅନେକ ପୌରାଣିକ କାହାଣୀ, ଅନେକ ଐତିହାସିକ କୀମ୍ବଦନ୍ତୀ । ଓଡ଼ିଶାରେ ବି ଏମିତି କିଛି ଦିବ୍ୟସ୍ଥଳୀ ରାମଭକ୍ତଙ୍କୁ ଆହ୍ଲାଦିତ କରି ଆସୁଛି, ଯେଉଁଠି ପ୍ରଭୁ ରାମଚନ୍ଦ୍ରଙ୍କ ଚରଣ ସ୍ପର୍ଶ ହୋଇଥିବାର ରହିଛି ଜନଶ୍ରୁତି । ସେମିତି ଦୁଇଟି ପବିତ୍ର ସ୍ଥାନ ହେଲା ଢେଙ୍କାନାଳର ସପ୍ତଶଯ୍ୟା ଓ କଟକର ସିଂହନାଥ ପୀଠ ।

ସପ୍ତଶଯ୍ୟା, ମନୋରମ ପ୍ରକୃତିର କୋଳରେ ହସୁଥିବା ଏହି ଦେବ ସ୍ଥାନର ବି ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଜନଶ୍ରୁତି କହେ- ପ୍ରଭୁ ଶ୍ରୀ ରାମଙ୍କର ଏଠି ପଡ଼ିଥିଲା ଚରଣ ରେଣୁ । ବନବାସ ସମୟରେ ଭାଇ ଲକ୍ଷ୍ମଣ ଓ ପତ୍ନୀ ଜାନକୀଙ୍କ ସହ ରଘୁନାଥ ଏଠି କାଟିଥିଲେ ୭ ଦିନ, ୭ ରାତି । ସେଇଥିପାଇଁ ଏ ସ୍ଥାନର ନାଁ ଶପ୍ତଶସ୍ୟା । ସାତଟି ପାହାଡ଼ ଘେରା ଢେଙ୍କାନାଳ ଜିଲ୍ଲାର ଏ ପୁରାଣ ପ୍ରସିଦ୍ଧ ସ୍ଥାନରେ ରହିଛି ପ୍ରଭୁ ରାମଚନ୍ଦ୍ରଙ୍କ ସହ ଭକ୍ତ ହନୁମାନଙ୍କ ମନ୍ଦିର । ରାମାୟଣ କାଳରେ ଦଣ୍ଡକାରଣ୍ୟ ଅରଣ୍ୟ ମଧ୍ୟରେ ଯାଉଥିବା ଏ ଜଙ୍ଗଲ ଭିତରେ ପ୍ରବାହିତ ହେଉଥିବା ଝରଣାର ଜଳକୁ ଅତି ପବିତ୍ର ମନେ କରାଯାଏ ।

ସେମିତି ପ୍ରଭୁ ରାମଙ୍କ ବନବାସ ସହ ଜଡ଼ିତ ଓଡ଼ିଶାର ଆଉ ଏକ ଦିବ୍ୟସ୍ଥଳୀର ନାଁ ସିଂହନାଥ ମନ୍ଦିର । କଟକ ନିକଟସ୍ଥ ମହାନଦୀ ଗର୍ଭରେ ଏକ ଛୋଟିଆ ବାଲିକୁଦ ଉପରେ ବିରାଜିତ ଏ ତ୍ରିକୁଟ ଧାମ ଦେବ ଦାରୁ ଓ ଆମ୍ବ ବୃକ୍ଷରେ ପରିବେଷ୍ଟିତ । ଏଇଠି ଦଣ୍ଡାୟମାନ ସିଂହନାଥ ମନ୍ଦିର l କିମ୍ବଦନ୍ତୀ କହେ ତ୍ରେତୟା ଯୁଗରେ ଭଗବାନ ରାମ ବନବାସ ଗମନ ସମୟରେ ତୃଷା ମେଣ୍ଟାଇବାକୁ ଏଇ ପାହାଡ଼ ଉପରେ ଏକ କୁଣ୍ଡ ନିର୍ମାଣ କରି ଜଳପାନ କରିଥିଲେ । ଯାହାକି ଆଜି ସୀତାକୁଣ୍ଡ ନାଁରେ ପରିଚିତ । ଏଥିସହ ରହଣି କାଳରେ ପ୍ରଭୁ ଶ୍ରୀରାମ ୩ଟି ଶିବଲିଙ୍ଗ ବି ପ୍ରତିଷ୍ଠା କରିଥିଲେ ରାମନାଥ, ବୈଦେଶ୍ୱର ଓ ସିଂହନାଥ ନାମରେ ପରିଚିତ । ଯାହାର ଚମତ୍କାର ସୁକ୍ଷ୍ମ କଳାକୃତିମାନ ପ୍ରତିଟି ଦେଖଣାହାରୀ ମନରେ ଉଜ୍ଜୀବୀତ କରେ ରାମଙ୍କ ଗାରିମାମୟ ବୃତ୍ତାନ୍ତ ।

ଢେଙ୍କାନାଳର ସପ୍ତଶଯ୍ୟା ହେଉ କି କଟକର ସିଂହନାଥ, ଏସବୁ ଯେତ୍ରରେ ପୁଣି ପ୍ରଭୁ ଶ୍ରୀରମଙ୍କ ଚରଣ ସ୍ପର୍ଶ କରିଛି, ଯାହା ପ୍ରତିଟି ରାମଭକ୍ତଙ୍କୁ ଆହ୍ଲାଦିତ କରୁଛି ।

  • Reported by:
  • RAJASHREE SATAPATHY