• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିବାହ ଉତ୍ସବ ଚାଲିଥିଲା । ଖୁସିରେ ମସଗୁଲ ଥିଲେ ସମସ୍ତେ । ନାଚ, ଗୀତରେ ମାତିଥିଲେ ଅତିଥି । ଠିକ ଏହି ସମୟରେ ଘଟିଲା ଅଘଟଣ । ଭୁଶୁଡ଼ିଗଲା ଷ୍ଟେଜ । ଫଳରେ ଅନେକ ଅତିଥିଙ୍କ ସମେତ ବର ଓ ବରବଧୂ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ସୁଦୂର ଇଟାଲୀରେ ।

ବିବାହ ରିସେପସନ୍ ଚାଲିଥିବା ବେଳେ ଡ୍ୟାନ୍ସ ଫ୍ଲୋର ଭୁଶୁଡ଼ି ଯାଇଥିଲା । ଫଳରେ କିଛି ଅତିଥି ଆହତ ହୋଇଥିଲେ । ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପାଖପାଖି ୩୦ ରୁ ଅଧିକ ଅତିଥି ଆହତ ହୋଇଥିବା ଖବର ମିଳିଛି । ଷ୍ଟେଜଟି ୨୫ ଫୁଟ ଉପରେ ଥିବା ବେଳେ, ସେଠାରୁ ହିଁ ସମସ୍ତେ ପଡ଼ିଯାଇଥିଲେ । ବର କନ୍ୟା ଆହତ ହେବା ଫଳରେ ନବ ବିବାହିତାଙ୍କୁ ବିବାହର ପ୍ରଥମ ଦିନ ହିଁ ଡାକ୍ତରଖାନାରେ ବିତାଇବାକୁ ପଡିଥିଲା ।

 
 
 
 
 
 
 
 
 
 
 
 
 
 
 

A post shared by POP O’CLOCK (@pop_o_clock)

ପାଓଲୋ ମୁଗନାନି ଓ ତାଙ୍କର ଇଟାଲୀୟ-ଆମେରିକୀୟ କନ୍ୟା ଭାଲେରିଆ ୟାବ୍ରା.. ଦୁହିଁଙ୍କ ବିବାହୋତ୍ସବ ଚାଲିଥିଲା । ପଖାପାଖି ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ ମିଳିଥିଲା । ଇଟାଲୀର ପିଷ୍ଟୋଆରେ ଥିବା ଜିଆଚେରିନୋ କନଭେଣ୍ଟରେ ବିବାହ ଆୟୋଜିତ ହୋଇଥିଲା ।

ସମସ୍ତେ ଖୁସିରେ ମସଗୁଲ ଥିବା ସମୟରେ ହିଁ ଷ୍ଟେଜଟି ଭାଙ୍ଗିଯାଇଥିଲା ଓ ଅତିଥିଗଣ ଦୁଲଦାଲ ହୋଇ ତଳେ ପଡ଼ିଯାଇଥିଲେ । ମୁଗନାନିଙ୍କ କହିବା ଅନୁସାରେ, ହଠାତ ସେ ନିଜକୁ ଅନ୍ଧାରରେ ପାଇଥିଲେ ଓ ତାଙ୍କ ଉପରେ ଖଣ୍ତ ଖଣ୍ତ ହୋଇ ପଡ଼ୁଥିଲା । ନିଜ ବନ୍ଧୁଙ୍କୁ ଡାକିଥିଲେ ମଧ୍ୟ କେହି ଉତ୍ତର ଦେଇ ନଥିଲେ । ପରେ ଚାରିଆଡ଼େ ରକ୍ତ ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି ।

ଖବର ଅନୁଯାୟୀ ୬ଜଣ ଗୁରୁତର ଆହତ ହୋଇଛନ୍ତି । ୧୦ ଜଣ ଆଘାତ ପ୍ରାପ୍ତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଇଟାଲୀର ସାନ୍ ଜାକୋପୋ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏପରି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ହୋଟେଲ ମାଲିକ ।