Advertisment

International Zebra Day 2024: ଜେବ୍ରା ଶରୀରରେ କାହିଁକି ଥାଏ ଲମ୍ବା ଲମ୍ବା ପଟି

ବର୍ତ୍ତମାନ ପ୍ରାକୃତିକ ପରିବେଶର ହ୍ରାସ ଏବଂ ମାନବ ବିକାଶର ବୃଦ୍ଧି କାରଣରୁ ଜେବ୍ରା ବିପଦରେ ଅଛନ୍ତି। ଯେତେବେଳେ ବାସସ୍ଥାନ ପ୍ରତି ବିପଦ ଆସେ, ପଶୁମାନେ ମଧ୍ୟ ବିପଦରେ ପଡିଯାଆନ୍ତି। ‘ଆନ୍ତର୍ଜାତୀୟ ଜେବ୍ରା ଦିବସ’ ହେଉଛି ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ଏହି ପଶୁକୁ କିପରି ସଂରକ୍ଷଣ କରାଯାଇପାରିବେ ସେ ନେଇ ବାର୍ତ୍ତା ବାଣ୍ଟିବା।

author-image
Pramod Behera
ଅଦ୍ୟତନ ହୋଇଛି
International Zebra Day 2024

International Zebra Day 2024

ପ୍ରତିବର୍ଷ ୩୧ ଜାନୁଆରୀରେ ‘ଆନ୍ତର୍ଜାତୀୟ ଜେବ୍ରା ଦିବସ’ ପାଳନ କରାଯାଏ। ବର୍ତ୍ତମାନ ସେମାନଙ୍କର ପ୍ରାକୃତିକ ପରିବେଶର ହ୍ରାସ ଏବଂ ମାନବ ବିକାଶର ବୃଦ୍ଧି କାରଣରୁ ଏହି ନିରୀହ ପ୍ରାଣୀମାନେ ବିପଦରେ ଅଛନ୍ତି। ଯେତେବେଳେ ବାସସ୍ଥାନ ପ୍ରତି ବିପଦ ଆସେ, ପଶୁମାନେ ମଧ୍ୟ ବିପଦରେ ପଡିଯାଆନ୍ତି।

Advertisment

‘ଆନ୍ତର୍ଜାତୀୟ ଜେବ୍ରା ଦିବସ’ ହେଉଛି ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ଏହି ପଶୁକୁ କିପରି ସଂରକ୍ଷଣ କରାଯାଇପାରିବେ ସେ ନେଇ ବାର୍ତ୍ତା ବାଣ୍ଟିବା। ଜେବ୍ରା ଅଧିକାଂଶ ଆଫ୍ରିକୀୟ ମହାଦେଶରେ, କେନିଆ ଏବଂ ଇଥିଓପିଆର ଅର୍ଦ୍ଧ-ମରୁଭୂମି ଅଞ୍ଚଳରେ ଏବଂ ନାମିବିଆ, ଅଙ୍ଗୋଲା ଏବଂ ଦକ୍ଷିଣ ଆଫ୍ରିକାର ପାର୍ବତ୍ୟ ଅଞ୍ଚଳରେ ଦେଖାଯାଆନ୍ତି।

ଇତିହାସ:

‘ଆନ୍ତର୍ଜାତୀୟ ଜେବ୍ରା ଦିବସ’ ବୋଧହୁଏ ସ୍ମିଥ୍‌ସୋନିଆନ୍ ରାଷ୍ଟ୍ରୀୟ ପ୍ରାଣୀ ଉଦ୍ୟାନ ଏବଂ ସଂରକ୍ଷଣ ଜୀବବିଜ୍ଞାନ ପ୍ରତିଷ୍ଠାନ ପରି ସଂରକ୍ଷଣ ସଂଗଠନର ଏକ ସଂଘ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହି ଦିବସର ଲକ୍ଷ୍ୟ ହେଉଛି ଜେବ୍ରାମାନଙ୍କର ଜୀବନ ଅବସ୍ଥା ଏବଂ ସେମାନଙ୍କ ସଂଖ୍ୟାକୁ କିପରି ହ୍ରାସରୁ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା।

Advertisment

ସମ୍ପ୍ରତି, ଜଙ୍ଗଲରେ ତିନି ପ୍ରକାରର ଜେବ୍ରା ଦେଖିବାକୁ ମିଳନ୍ତି। ସେଗୁଡ଼ିକ ହେଉଛି ଗ୍ରେଭୀ ଜେବ୍ରା, ସମତଳ ଜେବ୍ରା ଏବଂ ପାହାଡୀ ଜେବ୍ରା। ଯଦିଓ ଗ୍ରେଭୀ ଜେବ୍ରା କେନିଆର ଉତ୍ତର ଅଞ୍ଚଳରେ ଦେଖାଯାଆନ୍ତି ଏହା କିନ୍ତୁ ଅତ୍ୟନ୍ତ ବିରଳ। ଯେଉଁମାନେ ବିଲୁପ୍ତପ୍ରାୟ ପ୍ରଜାତି ଏବଂ ଏହା ମୋଟ ସଂଖ୍ୟାର ୫୪% ରୁ ଅଧିକ ବିଲୁପ୍ତ। ବିଗତ ତିନି ଦଶନ୍ଧି ମଧ୍ୟରେ, ଚର୍ମ ପାଇଁ ଶିକାର ହେତୁ ଜେବ୍ରାମାନଙ୍କ ସଂଖ୍ୟା ଦ୍ରୁତ ଗତି ହ୍ରାସ ପାଇଛି।

ପ୍ରାୟ ଜେବ୍ରା ଆଫ୍ରିକୀୟ ସଭାନାରେ ମିଳିଥାଆନ୍ତି, ଯେଉଁଠାରେ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ଭଲ ଭାବରେ ସଂରକ୍ଷିତ କରି ରଖାଯାଇଛି। ଏଠାରେ ସେମାନଙ୍କ ବିଲୁପ୍ତ ହେବାର ଆଶଙ୍କା ନାହିଁ। ଜେବ୍ରାର ଅନ୍ୟ ଦୁଇ ଉପ-ପ୍ରଜାତି ଗ୍ରେଭୀ ଜେବ୍ରା ଅପେକ୍ଷାକୃତ କମ୍ ବିପଦରେ ଅଛନ୍ତି। ସମତଳ ଜେବ୍ରାଙ୍କ ସଂଖ୍ୟା ପ୍ରାୟ ବୃଦ୍ଧି ପାଉଛି। ପାହାଡୀ ଜେବ୍ରା ପ୍ରାୟ ଦକ୍ଷିଣ ଆଫ୍ରିକା, ଅଙ୍ଗୋଲା ଏବଂ ନାମିବିଆରେ ବାସ କରନ୍ତି।

ଅବୈଧ ଶିକାରର ବିପଦ ସହିତ, ଏହି ଜେବ୍ରାମାନଙ୍କ ପ୍ରତି ମଧ୍ୟ ସ୍ଥାନୀୟ ଲୋକଙ୍କଠାରୁ ବିପଦରେ ରହିଛି, ଯେଉଁମାନେ କଷ୍ଟକର ପରିସ୍ଥିତିରେ ମାଂସ ପାଇଁ ସେମାନଙ୍କୁ ଶିକାର କରିପାରନ୍ତି।

କାହିଁକି ଥାଏ ଲମ୍ବା ପଟି;

ଜେବ୍ରାର ଶରୀରରେ ଥିବା ଲମ୍ବା ପଟି ସେମାନଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ! ଫଳରେ ଜେବ୍ରା-ଷ୍ଟ୍ରିପଡ୍ ପୋଷାକ ପିନ୍ଧିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଅନ୍ୟପକ୍ଷରେ ଏହି ପଟି ସେମାନଙ୍କୁ ଲମ୍ବା ଘାସ ଭିତରେ ଲୁଚିବାରେ ମଧ୍ୟ ସାହାଯ୍ୟ କରେ।

Special Story
Advertisment
Advertisment