ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା
ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି ।
କିଭ ଖାଲି କରିବା ପାଇଁ ଭୋଲୋଡିମିର ଜେଲେନସ୍କିଙ୍କୁ ଆମେରିକା ସରକାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ହେଲେ ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ।
ଋଷିଆ ଉପରେ ଚାପ ପ୍ରୟୋଗ କରିବା ପାଇଁ ଏଥିରେ ବିଭିନ୍ନ ଦେଶ ମତ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜାତିସଂଘ ମହାସଚିବ ପୁଣି ଥରେ ଅପିଲ କରିଛନ୍ତି।
ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍ର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ । ଏଣୁ ବର୍ତ୍ତମାନ ୟୁକ୍ରନ୍-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି ।
ୟୁକ୍ରେନରୁ ହଜାର ହଜାର ଲୋକ ପଶ୍ଚିମ ଦିଗକୁ ଯାଉଛନ୍ତି ଏବଂ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମା ଅତିକ୍ରମ କରି ଶତାଧିକ ୟୁକ୍ରେନ ଶରଣାର୍ଥୀ ମୋଲଡୋଭାରେ ପ୍ରବେଶ କରିଛନ୍ତି ।
ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।
ଏବେ ନଜର ପକାନ୍ତୁ ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଉପରେ।
ୟୁକ୍ରେନ୍ରେ ଫସିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍ ଜାରି ହୋଇଛି।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି।
ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।
ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୫ଟି ଟ୍ୟାଙ୍କ ସହ ୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି।
ଋଷିଆ ବିପକ୍ଷରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଋଷିଆକୁ ଚେତାବନୀ ଦେଇଛନ୍ତି।
୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଲିକକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରାଯାଇଥିଲା ।
ପାହାନ୍ତାରେ ଫୋନ୍ କଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ୍ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜେଣ୍ଡର୍ ଲୁକାସେଙ୍କୋଙ୍କୁ ଫୋନ୍ କରି ସୂଚନା ଦେଇଥିଲେ
ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି
ଆରମ୍ଭ ହୋଇଯାଇଛି ଋଷ୍-ୟୁକ୍ରେନ ମହାଯୁଦ୍ଧ। ଦେଖନ୍ତୁ ଯୁଦ୍ଧ ସମୟର କିଛି ଦୃଶ୍ୟ...
ୟୁକ୍ରେନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଛି ଋଷିଆ । ଅନ୍ୟପକ୍ଷରେ ୟୁକ୍ରେନ ଋଷିଆର ୫ଟି ଯୁଦ୍ଧ ବିମାନକୁ ଗୁଳି ଖସାଇଦେଇଛି । ୟୁକ୍ରେନର ରାଜଧାନୀ କିବକୁ ବିମାନବନ୍ଦରକୁ ଖାଲି କରାଯାଇଛି ।
ଯେଉଁ କଥାକୁ ଡର ଥିଲା, ଶେଷରେ ତାହା ହିଁ ହେଲା। ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଆଉ ଏକ ସଙ୍କଟକୁ ନେଇ ବିଶ୍ୱବାସୀ ଚିନ୍ତିତ। ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆ଼ଡକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଛି ।
ସମୟ ବଢ଼ିବା ସଙ୍ଗେ ସଙ୍ଗେ ଋଷିଆ-ୟୁକ୍ରେନ ସୀମାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ଋଷ । ଗୁରୁବାର ସକାଳେ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ତେବେ ଆକ୍ରମଣ ପରେ ବର୍ତ୍ତମାନ ପାଇଁ ଆମେରିକା ପକ୍ଷରୁ ଋଷକୁ ଚେତାବନୀ ଦିଆଯାଇଛି । ଏଥି ସହ ଚୀନ୍ ଶାନ୍ତିପୂର୍ଣ୍ଣ ଭାବରେ ଏହାର ସମାଧାନ କରିବାକୁ ଅନୁରୋଧ କରିଛି । ସେପଟେ ୟୁକ୍ରେନ ସରକାର ବର୍ତ୍ତମାନ ସେଠାରେ ମାର୍ସଲ କାର୍ଯ୍ୟକାରୀ କରିଛନ୍ତି।
ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସହାୟତା ଲୋଡ଼ାଗଲା । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ୍।
ବିଶ୍ୱର ନଜର ଏବେ ୟୁକ୍ରେନ ଉପରେ। ତେବେ ଟିକିନିକି ଖବର ଜାଣିବା ପାଇଁ ସାରା ଦୁନିଆ ଚାହିଁଥିବା ବେଳେ ଏହି ସାମ୍ୱାଦିକ ଏବେ ଚର୍ଚ୍ଚାରେ। ଏ ଏମିତି ଜଣେ ରିପୋର୍ଟର, ଯିଏ ୬ଟି ଭାଷାରେ ଏକୁଟିଆ ବିଶ୍ୱକୁ ଦେଉଛନ୍ତି ଯୁଦ୍ଧର ଅପଡେଟ୍ ଖବର...