Advertisment

ୟୁକ୍ରେନରେ ଫସି ରହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି।

author-image
Rajalaxmi Sahoo
Odia Students Stranded In Ukraine

Odia Students Stranded In Ukraine

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। 

Advertisment

ୟୁକ୍ରେନ ସହ ଭାରତ ସରକାର ଯୋଗାଯୋଗରେ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ନେଇ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି।  

ଯୁଦ୍ଧ ଭିତରେ ୟୁକ୍ରେନରେ ଫସିଛନ୍ତି ଅନେକ ଓଡ଼ିଆ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଯୁବକ ପଙ୍କଜ କୁମାର ମହାନ୍ତ ୟୁକ୍ରେନର ଖାରକିଭ୍ ମେଡିକାଲ କଲେଜର ପଞ୍ଚମ ବର୍ଷ ଛାତ୍ର। ସେ ଏବେ ୟୁକ୍ରେନରେ ଫସି ରହିଥିବାରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପରିବାର ଲୋକ ଅପିଲ କରିଛନ୍ତି।

Advertisment

ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ରେତଙ୍ଗର ଡି. ଅଲିଶା କୁମାରୀ ବି ବର୍ତ୍ତମାନରେ ୟୁକ୍ରେନରେ ଅଛନ୍ତି। ୬ ବର୍ଷ ଡାକ୍ତରୀ ପାଠ୍ୟକ୍ରମ ମଧ୍ୟରୁ ସେ ୪ ବର୍ଷ ପୂରଣ କରିସାରିଛନ୍ତି। ଝିଅଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବାପା-ମାଆ ସରକାରଙ୍କୁ ନିବେଦନ କରିଛନ୍ତି। କୁଚିଣ୍ଡାର ଡାକ୍ତରୀ ଛାତ୍ରୀ ୟୁରିକା ଚୌଧୁରୀ ମଧ୍ୟ ବର୍ତ୍ତମାନ ୟୁକ୍ରେନରେ ଥିବା ବେଳେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି। ସେଠାରେ ଧିରେ ଧିରେ ଖାଦ୍ୟ ଓ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା ୟୁରିକା ଭିଡିଓ କଲ୍ ମାଧ୍ୟମରେ ପରିବାରକୁ ଜଣାଇଛନ୍ତି। ଝାରସୁଗୁଡା ଜିଲ୍ଲାର ମଧ୍ୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଛନ୍ତି।  

Russia Ukraine Crisis Ukraine Crisis Ukraine Russia War
Advertisment
Advertisment