Advertisment

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ଜାରି ହେଲା ସ୍ୱତନ୍ତ୍ର ସହାୟତା ସେଲ୍‌

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍‌ ଜାରି ହୋଇଛି।

author-image
Rajalaxmi Sahoo
Odia Students Stranded In Ukraine

Odia Students Stranded In Ukraine

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। 

Advertisment

ସେପଟେ ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍‌ ଜାରି ହୋଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସହାୟତା ସେଲ୍ କରାଯାଇଛି। ଏହି ସେଲ୍‌ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ। ରେସିଡେଣ୍ଟ କମିଶନର ରବି କାନ୍ତ ସ୍ୱତନ୍ତ୍ର ସେଲ୍‌ର ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍‌, ଲ୍ୟାଣ୍ଡଲାଇନ୍ ଓ ଇ-ମେଲ ଜାରି କରାଯାଇଛି।

ମୋବାଇଲ/ ହ୍ୱାଟ୍ସଆପ୍‌ ନମ୍ବର-୮୫୨୭୫୮୦୨୪୫, ଲ୍ୟାଣ୍ଡ ଲାଇନ୍ ନମ୍ବର- ୦୧୧-୨୩୦୧୨୭୫୧, ଇମେଲ୍- [email protected]/ [email protected] ଜାରି ହୋଇଛି।

Advertisment
Russia Ukraine Crisis Ukraine Crisis Ukraine Russia War Odia Students Stranded In Ukraine
Advertisment
Advertisment