Advertisment

Special Story: ଇଂରେଜ ସରକାରଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ୱାକଫ୍ ଆଇନ କ'ଣ ?

ପ୍ରକୃତରେ, 'ୱକଫ' ଆରବି ଶବ୍ଦ 'ୱକୁଫା'ରୁ ଆସିଛି, ଯାହାର ଅର୍ଥ ରୋକିବା ବା ପ୍ରତିବନ୍ଧକ। ଯଦି ଆଇନଗତ ଦୃଷ୍ଟିରୁ ବୁଝାଯାଏ, ତେବେ ୱାକଫର ଅର୍ଥ ହେଉଛି- ଇସଲାମ ଧର୍ମର ବ୍ୟକ୍ତିଟିଏ ଯଦି ନିଜର ଘର, ଜମି, ଟଙ୍କା କିମ୍ୱା କୌଣସି ମୂଲ୍ୟବାନ ଧାତୁ ଧାର୍ମିକ ଅନୁଷ୍ଠାନକୁ ଦାନ କରନ୍ତି ତେବେ ସେହି ସମ୍ପତ୍ତି ୱାକଫ ହୋଇଯାଏ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Waqf ବିଲ୍‌ କ’ଣ ?

Waqf ବିଲ୍‌ କ’ଣ ?

ଲୋକସଭାରେ ପାରିତ ହୋଇଛି ସଂଶୋଧିତ ୱାକଫ୍ ବିଲ୍ । ତେବେ ଗତ କିଛି ଦିନ ଧରି ଖବରର ଶିରୋନାମା ପାଲଟିଛି ୱାକଫ୍‌ ବିଲ୍ । ଶାସକଙ୍କ ସମର୍ଥନ ଓ ବିରୋଧୀଙ୍କ ବିରୋଧ ପଛରେ ୱକଫ୍ ଶବ୍ଦର ଅର୍ଥକୁ ନେଇ ଚର୍ଚ୍ଚା । କ’ଣ ଏହି ୱାକଫ୍‌, ଏହାର ଅର୍ଥ କ’ଣ ? କାହିଁକି  ଏଥିରେ ସଂଶୋଧନ ଆଣିବାକୁ ଚାହୁଁଥିଲେ ସରକାର ? ଏସମସ୍ତ ପ୍ରଶ୍ନ ଉତ୍ତର ଜାଣିବା ପୂର୍ବରୁ ପ୍ରଥମେ ବୁଝିବା ୱାକଫ୍‌ କ’ଣ...

Advertisment

ପ୍ରକୃତରେ, 'ୱକଫ' ଆରବି ଶବ୍ଦ 'ୱକୁଫା'ରୁ ଆସିଛି, ଯାହାର ଅର୍ଥ ରୋକିବା ବା ପ୍ରତିବନ୍ଧକ। ଯଦି ଆଇନଗତ ଦୃଷ୍ଟିରୁ ବୁଝାଯାଏ, ତେବେ ୱାକଫର ଅର୍ଥ ହେଉଛି- ଇସଲାମ ଧର୍ମର ବ୍ୟକ୍ତିଟିଏ ଯଦି ନିଜର ଘର, ଜମି, ଟଙ୍କା କିମ୍ୱା କୌଣସି ମୂଲ୍ୟବାନ ଧାତୁ ଧାର୍ମିକ ଅନୁଷ୍ଠାନକୁ ଦାନ କରନ୍ତି ତେବେ ସେହି ସମ୍ପତ୍ତି ୱାକଫ ହୋଇଯାଏ। ଏହି ଦାନ ସମ୍ପତ୍ତିକୁ 'ଆଲ୍ଲହାଙ୍କ ସମ୍ପତ୍ତି' କୁହାଯାଏ। ଯେଉଁ ବ୍ୟକ୍ତି ସମ୍ପତ୍ତି ଦାନ କରନ୍ତି ତାଙ୍କୁ 'ୱାକିଫା' କୁହାଯାଏ। ଏହି ସମ୍ପତ୍ତିଗୁଡ଼ିକୁ ବିକ୍ରି କରାଯାଇପାରିବ ନାହିଁ କି ଧର୍ମ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ।

ଅଧିକ ପଢ଼ନ୍ତୁ: କ୍ରାସ୍‌ ହେଲା IAF ଫାଇଟର ଜେଟ୍, ଦୁର୍ଘଟଣା ପରେ ଜଳିଗଲା ଯୁଦ୍ଧ ବିମାନ

Advertisment

କୁହାଯାଏ ଯେ ମୁସଲିମ ଧର୍ମଗୁରୁ ପୟଗମ୍ବର ମହମ୍ମଦଙ୍କ ସମୟରେ, ୬୦୦ଟି ଖଜୁରୀ ଗଛର ଏକ ବଗିଚାକୁ ପ୍ରଥମେ ୱାକଫ କରାଯାଇଥିଲା ଏବଂ ଏଥିରୁ ହେଉଥିବା ଆୟକୁ ମଦିନାର ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରାଯାଇଥିଲା।

କିନ୍ତୁ ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସରକାର। ୱାକଫ ସମ୍ପତ୍ତିର ସୁରକ୍ଷା ଏବଂ ଏହାର ବ୍ୟବହାର କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ୱାକଫ ସଂଶୋଧନ ବିଲ୍ ୨୦୨୪ ଲୋକସଭାରେ ପାରିତ ହୋଇଛି । ସରକାର ଯୁକ୍ତି କରିଛନ୍ତି ଯେ, ୱାକଫ୍ ସମ୍ପତ୍ତିର ସର୍ଭେ ସଠିକ୍ ଭାବେ କରାଯାଉ ନାହିଁ । ଫଳରେ ଏହାର ପରିଚାଳନା ଭିନ୍ନ ଅର୍ଥରେ କରାଯାଇପାରେ। ଏଥିରେ କୌଣସି ନ୍ୟାୟିକ ତଦାରଖ କରାଯିବାର ମଧ୍ୟ ବ୍ୟବସ୍ଥା ନାହିଁ। ତେଣୁ ୱାକଫ୍ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ହାଇକୋର୍ଟ କିମ୍ବା ଅନ୍ୟ କୋର୍ଟରେ ଚ୍ୟାଲେଞ୍ଜ କରାଯିବାର ବ୍ୟବସ୍ଥା ନାହିଁ। ଫଳରେ ମୂଲ୍ୟବାନ ସମ୍ପତ୍ତିର ଦୂରୁପୋଯୋଗ ହେବାର ଆଶଙ୍କା ରହିଛି। ସମ୍ୱିଧାନରେ ଅନ୍ୟ କୌଣସି ଧର୍ମରେ ଏପରି ସମାନ ଆଇନ ନାହିଁ, ଫଳରେ ଏହା ଭେଦଭାବ ସୃଷ୍ଟି କରିବା ଭଳି ବୋଲି ସରକାର ଦର୍ଶାଇଛନ୍ତି।

ସେପଟେ ବିରୋଧୀଙ୍କ କହିବା କଥା ହେଲା, ଯଦି ଏପରି ହୁଏ ତେବେ ୱାକଫ ସମ୍ପତ୍ତିର ନିୟନ୍ତ୍ରଣ ଜଣଙ୍କ ହାତରେ ରହିବ। ଏହା ଦ୍ୱାରା ସଂଖ୍ୟାଲଘୁଙ୍କ ଅଧିକାର କ୍ଷୁଣ୍ଣ ହେବ। ଏହା ଅସାମ୍ବିଧାନିକ ବୋଲି କହିଛନ୍ତି।

ପ୍ରକୃତରେ ମୁସଲମାନ ୱାକଫ୍ ଆକ୍ଟ ୧୯୨୩ ଇଂରେଜ ଶାସନ ସମୟରେ ଲାଗୁ ହୋଇଥିଲା। ସ୍ୱାଧୀନତା ପରେ ଏହାର ସ୍ଥାନ ନେଇଥିଲା ୱାକଫ୍ ଆକ୍ଟ ୧୯୫୪। ୧୯୯୫ରେ ବି ଆଇନରେ ସଂଶୋଧନ କରାଯାଇଥିଲା। ସମାଲୋଚକଙ୍କ ଯୁକ୍ତି ହେଲା ଯେ ୧୯୯୫ରେ ହୋଇଥିବା ସଂଶୋଧନ ମୁସଲିମ ସଂପ୍ରଦାୟର ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋଇଥିଲା। ବିଲ୍ ଆଇନରେ ପରିଣତ ହେଲେ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆସିବା ସହ ରାଜ୍ୟଗୁଡ଼ିକର ୱାକଫ୍ ବୋର୍ଡ ଭୋଗୁଥିବା ସମସ୍ୟାର ବି ସମାଧାନ ହେବ।

ଅଧିକ ପଢ଼ନ୍ତୁ: ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍, ୧୨ ଘଣ୍ଟା ମାରାଥନ ବିତର୍କ ପରେ ପାସ୍ ହେଲା ବିଲ୍

Lok Sabha Special Story
Advertisment
Advertisment