Advertisment

Sand Mafia: ପୋଲିସ ଖେଳିଲା ଚକା ଭଉଁରୀ; ୨୦ କିଲୋମିଟର ପରେ....

ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ତାପରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Police

Police

ଫିଲ୍ମ ଷ୍ଟାଇଲରେ ବାଲି ମାଫିଆ ଓ ପୋଲିସ ମଧ୍ୟରେ ଗାଡ଼ିରେ ଗୋଡ଼ାଗୋଡ଼ି। ପୋଲିସକୁ ପ୍ରାୟ ୨୦ କିଲୋମିଟରରୁ ଅଧିକ ବାଟ ଚକା ଭଉଁରୀ ଖେଳାଇଲେ ବାଲି ମାଫିଆ। ଶେଷରେ ବାଲି ବୋଝେଇ ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ବେଳେ ଚକମା ଦେଇ ଖସିଗଲେ ମାଫିଆ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଚିଲିମା ଗାଁରେ।

Advertisment

ସୂଚନା ଅନୁଯାୟୀ, ଚିଲିମା ଗାଁ ଦେଇ ପ୍ରବାହିତ ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବେନିୟମ ଭାବେ ଚୋରା ଚାଲାଣ ପାଇଁ ଏକ ଟ୍ରାକ୍ଟରରେ ବାଲି ବୋଝେଇ ହୋଇଥିବା ଦେଖି ଟ୍ରାକ୍ଟରକୁ ଜବତ କରିଥିଲା ପୋଲିସ।

ଅଧିକ ପଢ଼ନ୍ତୁ: ଚକ୍ରବ୍ୟୁହରେ ଫସିଗଲା ଝାମୁ; ପୋଲିସ କଲା ଏନକାଉଣ୍ଟର

ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ତାପରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା। ହେଲେ ବାଲି ମାଫିଆମାନେ ପୋଲିସ ସହ ଚକା ଭଉଁରୀ ଖେଳିଥିଲେ। ପ୍ରାୟ ୨୦ କିଲୋମିଟରରୁ ଅଧିକ ବାଟ ଗୋଡାଇବା ପରେ ଶେଷରେ ଚିଲିମା ଗାଁ ନିକଟରେ ଟ୍ରାକ୍ଟରକୁ କାବୁ କରିଥିଲା ପୋଲିସ ।

Advertisment

ମାଫିଆମାନେ ପୋଲିସକୁ ଚକମା ଦେଇ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲା। ପରେ ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି। ଜବତ ଟ୍ରାକ୍ଟରଟି ନମ୍ବର ବିହୀନ ହୋଇଥିବା ଜଣାଯାଇଛି।  ପୋଲିସ ଘଟଣାର ତଦନ୍ତ କରୁଛି। 

ଅଧିକ ପଢ଼ନ୍ତୁ: ଫୋନ୍‌ରେ ଗପୁଥିଲା ସ୍ତ୍ରୀ; ବେକକୁ ହାଣିଦେଲା ସ୍ୱାମୀ

Mayurbhanj Illegal Sand Mining Sand Mafia In Odisha
Advertisment
Advertisment