Advertisment

ୟୁକ୍ରେନ୍‌ ତୁଳନାରେ ରୁଷିଆ କେତେ ଶକ୍ତିଶାଳୀ, ଜାଣଛନ୍ତି କି?

ଏବେ ନଜର ପକାନ୍ତୁ ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଉପରେ।

author-image
Chandan Shishu
russia VS ukraine

russia VS ukraine

ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ନମ୍ବର ଟୁ ଓ ବନାମ ଟ୍ୱେଣ୍ଟି ଟୁ। ସୁପର ପାଓ୍ୱାର ରୁଷିଆ ସହ ଟକ୍କର ଦେଉଛି ଛୋଟିଆ ରାଷ୍ଟ୍ର ୟୁକ୍ରେନ୍ ଏବେର ଯୁଦ୍ଧ ସ୍ଥିତି ଭିତରେ ଚର୍ଚ୍ଚା, କଣ ରୁଷିଆର ବିଶାଳ ସାମରିକ ଶକ୍ତିକୁ ମୁକାବିଲା କରିପାରିବ ୟୁକ୍ରେନ୍? ଉତ୍ତର ଯାହା ବି ହେଉନା କାହିଁକି, ପୁଟିନଙ୍କ ନିଷ୍ପତ୍ତି ଆଗରେ କିନ୍ତୁ ମୁଣ୍ଡ ନୁଆଁଇନି ୟୁକ୍ରେନ୍। ଏବେ ନଜର ପକାନ୍ତୁ ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଉପରେ।

Advertisment

ଋଷ ପାଖରେ ୮ ଲକ୍ଷ ୫୦ ହଜାର ସୈନ୍ୟ ଥିବା ବେଳେ, ୟୁକ୍ରେନ ପାଖରେ ରହିଛିି ମାତ୍ର ୨ ଲକ୍ଷ ୫୦ ହଜାର ସୈନ୍ୟ। ଋଷ ପାଖରେ ୧୨ ହଜାର ୫ଶହ ଯୁଦ୍ଧ ଟ୍ୟାଙ୍କ୍ ଥିବା ବେଳେ ୟୁକ୍ରେନ ପାଖରେ ଅଛି ମାତ୍ର ୨ ହଜାର ୬ଶହ ଯୁଦ୍ଧ ଟ୍ୟାଙ୍କ୍। ଋଷ ସେନା ପାଖରେ ଯୁଦ୍ଧ ବାହନ ସଂଖ୍ୟା ୩୦ ହଜାରରୁ ଅଧିକ କିନ୍ତୁ ୟୁକ୍ରେନ ପାଖରେ ଅଛି ମାତ୍ର ୧୨ ହଜାର ଋଷ ସେନା ପାଖରେ ତୋପ ସଂଖ୍ୟା ୧୪ ହଜାର ଥିବା ବେଳେ ୟୁକ୍ରେନ ପାଖରେ ଅଛି ୩ ହଜାରରୁ ସାମାନ୍ୟ ଅଧିକ।

ବାୟୁସେନା କ୍ଷମତା ଦୃଷ୍ଟିରୁ ୟୁକ୍ରେନ୍ ରୁଷିଆର ଆଦୌ ସମକକ୍ଷ ନୁହେଁ। ଋଷିଆ ନିକଟରେ ୪ ହଜାର ୧୦୦ ଏୟାରକ୍ରାଫ୍ଟ ଥିବା ବେଳେ ଲଢୁଆ ବିମାନ ସଂଖ୍ୟା ୭୭୨। ତେବେ ୟୁକ୍ରେନ୍‌ର ୩୧୮ ଏୟାରକ୍ରାଫ୍ଟ ଭିତରୁ ଲଢ଼ୁଆ ବିମାନ ସଂଖ୍ୟା ମାତ୍ର ୬୯। ସେହିପରି ଋଷ ବାୟୁସେନା ନିକଟରେ ୫୪୪ଟି ଲଢ଼ୁଆ ହେଲିକପ୍ଟର ଥିବା ବେଳେ ୟୁକ୍ରେନର ଅଛି ମାତ୍ର ୩୪ଟି ଲଢୁଆ ହେଲିକପ୍ଟର ନୌସେନାର ସାମର୍ଥ୍ୟ କ୍ଷେତ୍ରରେ ୟୁକ୍ରେନ୍‌କୁ ବେଶ୍ ଆଗରେ।

Advertisment

ରୁଷିଆ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟରକୁ ମିଶାଇ ଋଷର ଯୁଦ୍ଧପୋତ ସଂଖ୍ୟା ୬ଶହ ଥିବା ବେଳେ ୟୁକ୍ରେନ ପାଖରେ ରହିଛି ମାତ୍ର ୩୮ଟି ଯୁଦ୍ଧ ପୋତ।  ସେହିଭଳି ୭୦ଟି ବୁଡ଼ା ଜାହାଜକୁ ନେଇ ରୁଷିଆ ନୌସେନା ବେଶ୍ ଶକ୍ତିଶାଳୀ ଥିବା ବେଳେ ୟୁକ୍ରେନ ଗୋଟିଏ ହେଲେ ବି ବୁଡ଼ାଜାହଜ ନାହିଁ। ତେବେ ୟୁକ୍ରେନ୍ ଆମେରିକାଠୁ ହାସଲ କରିଥିବା କିଛି ଆଣ୍ଟି ଟ୍ୟାଙ୍କ୍ ମିଜାଇଲ ରଖିଛି ଯାହା, ରୁଷୀୟ ଟ୍ୟାଙ୍କଗୁଡ଼ିକୁ ଟାର୍ଗେଟ୍ କରିବାରେ କ୍ଷମତା ରଖେ। ଯାହାକୁ ଜଣେ ସୈନିକ ନିଜ କାନ୍ଧରୁ ନିକ୍ଷେପ କରି ଯୁଦ୍ଧ ଟ୍ୟାଙ୍କକୁ ଧ୍ୱଂସ କରିପାରିବ।

ସେପଟେ ଆନ୍ତର୍ଜାତିକ ଅସ୍ତ୍ରଶସ୍ତ୍ର କାରବାର ଉପରେ ନଜର ରଖୁଥିବା ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସିପ୍ରିର ସୂଚନା ଅନୁସାରେ ୨୦୨୦ରେ ରୁଷିଆର ବାର୍ଷିକ ପ୍ରତିରକ୍ଷା ଖର୍ଚ୍ଚ ୬୧ ଦଶମିକ ୭ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ବେଳେ ୟୁକ୍ରେନ୍ ପ୍ରତିରକ୍ଷା। ଏହାଠୁ ୧୦ ଗୁଣା କମ୍ ଅର୍ଥାତ ମାତ୍ର ୫ ଦଶମିକ ୯ ବିଲିୟନ ଡଲାର।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment