/odishatv-khabar/media/post_attachments/uploadimage/library/16_9/16_9_0/kkr_1743663246.jpg)
kkr
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଗୁରୁବାର ପରସ୍ପରକୁ ଭେଟିବେ ବିଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)। ଗତ ସଂସ୍କରଣର ଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କେକେଆର ବିଜୟୀ ହୋଇଥିଲା। ଅନ୍ୟ ପକ୍ଷରେ ଆକ୍ରମଣାତ୍ମକ ବ୍ରାଣ୍ଡର କ୍ରିକେଟ ଖେଳୁଥିବା ହାଇଦ୍ରାବାଦ ପରାଜିତ ହୋଇଥିଲା। ୨୦୨୪ ସଂସ୍କରଣ ଫାଇନାଲ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ।
ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା
ଚଳିତ ସଂସ୍କରଣରେ ଉଭୟ ଦଳ ୩ଟି ଲେଖାଏ ମ୍ୟାଚ ଖେଳି ସାରିଥିବା ବେଳେ ଗୋଟିଏ ଲେଖାଏ ମ୍ୟାଚ ଜିତିଛନ୍ତି। ହାଇଦ୍ରାବାଦ ଚଳିତ ସିଜନର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୪ ରନରେ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚରେ ୨୮୬ ରନର ସ୍କୋର କରିଥିଲା ହାଇଦ୍ରାବାଦ। ରାଜସ୍ଥାନ ବିପକ୍ଷରେ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ପ୍ରଥମ ମ୍ୟାଚକୁ ବାଦ ଦେଲେ ହାଇଦ୍ରାବାଦର ବ୍ୟାଟିଂ ଫେଲ ମାରିଥିଲା। ଟ୍ରାଭିସ ହେଡ ଓ ଅଭିଷେକ ଶର୍ମାଙ୍କ ବ୍ୟାଟ ପ୍ରଥମ ମ୍ୟାଚ ପରେ ନୀରବ ରହିଛି। ଅନ୍ୟ ପକ୍ଷରେ ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିବା ଇଶାନ କିଶନ ମଧ୍ୟ ଅନ୍ୟ ୨ ମ୍ୟାଚରେ ବିଫଳ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ଚମତ୍କାର ରହିଥିବା ବେଳେ ହାଇଦ୍ରାବାଦ ପରାଜିତ ହୋଇଥିଲା।
ଅନ୍ୟ ପକ୍ଷରେ କୋଲକାତା ନାଇଟ ରାଇଡର୍ସ ଏହାର ପ୍ରଥମ ମ୍ୟାଚରେ ଆରସିବି ନିକଟରୁ ୭ ୱିକେଟରେ ହାରିଥିଲା। ଡିଫେଣ୍ଡିଂ ଚାମ୍ପିୟନ ଦଳର କୋର ଲାଇନଅପ ନ ଥିବା ବେଳେ ଏହାର ବ୍ୟାଟିଂ ବିଫଳ ହୋଇଥିଲା। ଦ୍ବିତୀୟ ମ୍ୟାଚ ସାମାନ୍ୟ ଧୀମା ୱିକେଟରେ ଖେଳା ଯାଇଥିବା ବେଳେ କେକେଆର ୮ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା। ତେବେ ତୃତୀୟ ମ୍ୟାଚରେ ମୁମ୍ବାଇ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। କୋଲକାତାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ମୁମ୍ବାଇ ବିଜୟୀ ହୋଇଥିଲା।
ଉଭୟ ଦଳର ବ୍ୟାଟିଂ ବିଫଳ ହୋଇଥିବା ବେଳେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି। ଅନ୍ୟ ପକ୍ଷରେ କୋଲକାତାର ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଖେଳାଯିବ। ତେବେ କୋଲକାତା ଦଳରେ ଏକାଧିକ କ୍ବାଲିଟି ସ୍ପିନର ରହିଥିବା ବେଳେ ଏହା ହାଇଦ୍ରାବାଦ ପାଇଁ ସମସ୍ୟା ରହିଛି। ଅନ୍ୟ ପକ୍ଷରେ ହାଇଦ୍ରାବାଦ ଦଳର ପେସ ବୋଲିଂ ବିଭାଗରେ ମହମ୍ମଦ ଶାମି ଓ ପ୍ୟାଟ କମିନ୍ସ ରହିଥିବା ବେଳେ କୋଲକାତାର ପେସ ବୋଲିଂ ସାମାନ୍ୟ ଦୁର୍ବଳ ରହିଛି। ହାଇଦ୍ରାବାଦ ନିକଟରେ ଆଡାମ ଜାମ୍ପାଙ୍କ ବିକଳ୍ପ ରହିଥିବା ବେଳେ କ୍ବାଲିଟି ଭାରତୀୟ ସ୍ପିନରଙ୍କ ଅଭାବ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)