ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ଆଉ ଆଜି ହେଉଛି ମାର୍ଚ୍ଚ ୨୪ । ମାସେ ଭିତରେ ଏହି ଯୁଦ୍ଧ ୟୁକ୍ରେନ୍କୁ ଯେତିକି କ୍ଷତିଗ୍ରସ୍ତ କଲାଣି, ବିଶ୍ୱକୁ ବି ସେତିକି ପ୍ରଭାବିତ କଲାଣି ।
ୟୁକ୍ରେନ୍ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।
ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି।
ମରଶରୀର ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କ ବାପା।
ୟୁକ୍ରେନ ସପକ୍ଷରେ ଯିଏ ବାହାରିବ ତାକୁ ଦୃଢ ଜବାବ ଦିଆଯିବ। ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ର ଭିଡିଓ ଜାରି କରି ସାରା ବିଶ୍ୱକୁ ଏମିତି ଚେତାବନୀ ଦେଇଛି ଋଷ। ଆଉ ବିଶ୍ୱକୁ ଚେତାଇ ଦେଇଛି ଯଦି ୟୁକ୍ରେନ ଯୁଦ୍ଧରେ କେହି ହସ୍ତକ୍ଷେପ କରେ ତାକୁ କେତେବେଳେ ଟାର୍ଗେଟ କରାଯିବ, ତାହା ଜାଣି ହେବନାହିଁ। ଏବେ ଦେଖନ୍ତୁ ସେହି ଭିଡିଓ...
ରୁଷ୍ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍ର ରକେଟ୍ ମାଡରେ ଓକସାନା ଆଖି ବୁଜିଛନ୍ତି।
ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।
ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।
ୟୁକ୍ରେନ ରାଜଧାନୀ କିଭ୍ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି ।
କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।
ବିଶ୍ୱବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।
ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।
ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି
ରୟାଲ୍ କାନାଡିଆନ୍ ୨୨ତମ ରେଜିମେଣ୍ଟରେ ଥିବା ବେଳେ ଓ୍ୱାଲି ଇରାକ୍ ଓ ଆଫଗାନିସ୍ତାନରେ ବି ଯୁଦ୍ଧ ଲଢ଼ିଛନ୍ତି
ବିମାନ ଫ୍ୟାକ୍ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି ।
ୟୁକ୍ରେନ୍ରେ ଏବେ କିଏ ଘର ଭିତରୁ ଆର୍ତ୍ତନାଦ କରୁଛି ତ କିଏ ଋଷ ବିରୋଧରେ ରୋଷ ବଖାଣୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି । ନିର୍ବାକ୍ ନିଶ୍ଚଳ ହୋଇ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଛି ।
ଚୀନ ଠାରୁ ଋଷିଆ ସାମରିକ ସହାୟତା ଲୋଡ଼ିଥିବା ସୂଚନା । ଆମେରିକାର ପ୍ରମୁଖ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ।
ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍ସ୍କି NATOକୁ ଚେତାଇଛନ୍ତି। ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ।
ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଫୋନ୍ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ । ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି ।
ୟୁକ୍ରେନ୍ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି।
କିଭ୍ ପାଇଁ କର ବା ମର ସ୍ଥିତି । ଉତ୍ତର, ପଶ୍ଚିମ ଓ ଉତ୍ତରପୂର୍ବ ଦିଗରୁ ଘେରି, ୟୁକ୍ରେନ୍ ରାଜଧାନୀର ଆହୁରି ନିକଟତର ହୋଇଛି ଋଷୀୟ ସେନା । ଆଉ କେବଳ ପୂର୍ବ ପଟୁ ଦଖଲ କରିବା ବାକି ରହିଲା ।