• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲାଣ୍ଡରେ ପଡ଼ିଥିବା ମିସାଇଲ ରୁଷିଆର ନୁହେଁ, ବରଂ ଏହି ମିସାଇଲ ମାରିଥିଲା ୟୁକ୍ରେନ । ୟୁକ୍ରେନ ସୀମାନ୍ତ ପୋଲାଣ୍ଡର ପ୍ରିଜୋଡୋରେ ଏକ ମିସାଇଲ ମାଡ଼ ହୋଇଥିଲା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ କୁହାଯାଇଥିଲା ଯେ, ଏହି ମିସାଇଲ ମାଡ଼ କରିଛି ରୁଷିଆ । କିନ୍ତୁ ପ୍ରାଥମିକ ତଦନ୍ତ ପରେ ଏହି ମିସାଇଲ ୟୁକ୍ରେନର ବୋଲି ଜଣାପଡ଼ିଛି । ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।

ଅଧିକ ପଢ଼ନ୍ତୁ: ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ପଡ଼ିଲା ଋଷ୍‌ ମିଜାଇଲ୍, ୨ ମୃତ

ରୁଷିଆର କ୍ଷେପଣାସ୍ତ୍ର ହୋଇଥିବା ଅଭିଯୋଗ କରି ରୁଷିଆର ରାଷ୍ଟ୍ରଦୂତଙ୍କୁ ପୋଲାଣ୍ଡ ସମନ କରିଥିଲା । ନିଜର ସେନାକୁ ସତର୍କ ରହିବାକୁ ମଧ୍ୟ ଦେଇଥିଲା ନିର୍ଦ୍ଦେଶ । ଏପରିକି ପୋଲାଣ୍ଡ ନାଟୋ ସଦସ୍ୟ ହୋଇଥିବାରୁ ବାଲିରେ ଜି-୨୦ ବୈଠକ ଚାଲିଥିବା ବେଳେ ସେଠାରେ ହୋଇଥିଲା ଏକ ବୈଠକ । କିନ୍ତୁ ପ୍ରଥମରୁ ହିଁ ରୁଷିଆ ମନା କରିଥିଲା, ତାର ସେନା ପକ୍ଷରୁ ପୋଲାଣ୍ଡ ଆଡ଼କୁ କୌଣସି ମିସାଇଲ ମାଡ଼ କରାଯାଇନାହିଁ । ଅଯଥାରେ ଉତ୍ତେଜନା ସୃଷ୍ଟି କରିବାକୁ ଏପରି ମିଛ ଖବର ପ୍ରସାରଣ କରଯାଉଥିବା ଅଭିଯୋଗ କରିଥିଲା ମସ୍କୋ ।