Advertisment

ବିମାନ ଦୁର୍ଘଟଣାରେ ଓ୍ୱାଗନର ମୁଖ୍ୟ ୟେଭଗେନୀଙ୍କ ମୃତ୍ୟୁ; ପୁତିନଙ୍କ ବିରୁଦ୍ଧରେ ଗର୍ଜୁଥିଲେ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Wagner chief Yevgeny Prigozhin Death

Yevgeny Prigozhin

ୱାଗନ୍‌ର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ । ରୁଷରେ ଏକ ବିମାନ ଦୁର୍ଘଟଣାରେ ପ୍ରିଗୋଝିନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏକ ପ୍ରାଇଭେଟ୍ ଜେଟରେ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଯାଉଥିବା ବେଳେ ମଝି ଆକାଶରେ ଦୁର୍ଘଟଣା ଶିକାର ହୋଇଥିଲା । ଆକାଶରେ ବିମାନରେ ବିସ୍ଫୋରଣ ଘଟିଥିଲା । ବିମାନରେ ମୋଟ ୭ ଯାତ୍ରୀଙ୍କ ସହ ୩ ଜଣ କ୍ରୁ ମେମ୍ବର ଥିଲେ । ପ୍ରିଗୋଝିନଙ୍କ ସମେତ ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।

Advertisment

ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ୟେଭଗେନି ପ୍ରିଗୋଝିନ । ଜୁନରେ ରୁଷରେ ହୋଇଥିବା ବିଦ୍ରୋହ ପରେ ୟେଭଗେନୀ ପ୍ରିଗୋଝିନଙ୍କ କେତେବେଳେ ବି ହତ୍ୟା କରାଯାଇପାରେ ବୋଲି ଆକଳନ କରାଯାଉଥିଲା । ତେବେ ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ରୁଷିଆର ବିମାନ ଚଳାଚଳ ବିଭାଗ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇଛି ।

ୟେଭଗେନୀ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ 'ପୁଟିନ୍ସ ସେଫ୍' ବୋଲି ମଧ୍ୟ ସମ୍ବୋଧନ କରାଯାଏ । ୨ଦିନ ପୂର୍ବରୁ ୱାଗନର ଗ୍ରୁପ ମୁଖ୍ୟ ୟେଭଗେନୀ ପ୍ରିଗୋଝିନ ଆଫ୍ରିକାରେ ଥିବା ବେଳେ ସୋସିଆଲ୍ ମିଡିଆରେ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।

Advertisment

ପ୍ରିଗୋଝିନ୍‌ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍‌ର ୟୁକ୍ରେନ୍‌ ବିରୋଧୀ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରୁଷ ସେନା ସହ କାନ୍ଧରେ କାନ୍ଧ ମିଶାଇ ୱାଗନର ଗ୍ରୁପ୍‌ କାମ କରୁଥିଲା। କିନ୍ତୁ କିଛି ମାସ ତଳେ ମସ୍କୋର ‌ସାମରିକ ନେତୃତ୍ୱ ସହିତ ପ୍ରିଗୋଝିନଙ୍କ ସମ୍ପର୍କ ତିକ୍ତ ହେବାରୁ ସେ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।

ରୁଷ ସେନା ବିରୋଧରେ ୱାଗନର ଗ୍ରୁପ୍‌ ଲଢ଼େଇ ଡାକରା ଦେଇଥିବାରୁ ଏହାକୁ ପୁଟିନ ରାଷ୍ଟ୍ର ବିରୋଧୀ ବୋଲି କହିଥିଲେ। ଏଥିସହ ଦେଶଦ୍ରୋହୀମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ ଚେତାବନୀ ଦେଇଥିଲେ। ତେଣୁ ଯେକୌଣସି ମୂହୂର୍ତ୍ତରେ ପ୍ରିଗୋଝିନ୍‌ଙ୍କୁ ହତ୍ୟା କରାଯାଇପାରେ ବୋଲି ଦେଶବାସୀ ଆଶଙ୍କା କରିଥିଲେ।

୧୯୬୧ ମସିହାରେ ଜନ୍ମିତ ପ୍ରିଗୋଝିନ୍‌ ୨୦ ବର୍ଷ ବୟସରୁ ହିଁ ମାରପିଟ, ଡକାୟତି ଆଦି ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ବାହାରିବା ପରେ ସେ ନିଜର ୱାଗନର ଗ୍ରୁପ୍‌ କରି ସେଥିରେ ଭଡ଼ାଟିଆ ସୈନ୍ୟଙ୍କୁ ଯୋଡ଼ୁଥିଲେ।

Russia Vladimir Putin Russia Ukraine Crisis Russia Ukran War
Advertisment
Advertisment