• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜାରି ରହିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଘମାଘୋଟ ଲଢ଼େଇ ଜାରି ରହିଛି । ରୁଷ ୟୁକ୍ରେନ୍‌ ଉପରେ ଘନଘନ ଆକ୍ରମଣ ଜାରି ରଖିଛି । ୟୁକ୍ରେନ୍‌ ମଧ୍ୟ ରୁଷ ଉପରକୁ ପ୍ରତିଆକ୍ରମଣ କରୁଛି । ଏହାରି ଭିତରେ ୟୁକ୍ରେନ୍‌ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ଉଦ୍ୟମ କରିଛି ଯାହାକୁ ନେଇ ଆହୁରି ତାତିଛି ରୁଷ ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ବଡ ଖବର ସାମ୍ନାକୁ ଆସିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ୟୁକ୍ରେନ ଉଦ୍ୟମ କରିଛି । ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସେହି ୟୁକ୍ରେନ ଡ୍ରୋନର ଆବର୍ଜନା ରୁଷର ରାଜଧାନୀ ମସ୍କୋଠାରୁ ଅଳ୍ପ ଦୂରରେ ମିଳିଥିଲା ।

ଅଧିକ ପଢ଼ନ୍ତୁ: ପୁଟିନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ବେଲାରୁଷ ରାଷ୍ଟ୍ରପତି, ଜାଣନ୍ତୁ ଏହା ପଛର ରହସ୍ୟ...

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା । ସୂଚନାନୁସାରେ, ନୂତନ ଭାବେ ନିର୍ମିତ ଶିଳ୍ପ ପାର୍କ ପରିଦର୍ଶନ ସମୟରେ ପୁଟିନ ଯିବାବେଳେ ତାଙ୍କୁ ହତ୍ୟା କରାଯିବାକୁ ଯୋଜନା କରିଥିଲା ୟୁକ୍ରେନ୍‌ ।

ମସ୍କୋ ନିକଟ ନୋଜିନସ୍କ ଅଞ୍ଚଳର ଜଙ୍ଗଲରେ UJ-22 ଡ୍ରୋନ୍ ମିଳିଥିଲା । ଯେଉଁଥିରେ ୧୭ କିଲୋଗ୍ରାମ C4 ପ୍ଲାଷ୍ଟିକ୍ ବିସ୍ଫୋରକ ଥିଲାବୋଲି ସୂଚନା ରହିଛି । ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ପଠାଯାଇଥିଲା ବୋଲି ୟୁକ୍ରେନ୍‌ କାର୍ଯ୍ୟକର୍ତ୍ତା ୟୁରୀ ରୋମାନେଙ୍କୋ ଦାବି କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଇଣ୍ଡଷ୍ଟ୍ରି ପାର୍କକୁ ପୁଟିନଙ୍କ ଗସ୍ତ ବିଷୟରେ ଆମର ଗୁପ୍ତଚର ଅଧିକାରୀ ସୂଚନା ପାଇଥିଲେ । ଏହା ପରେ ୟୁକ୍ରେନ କାମିକାଜେ ଡ୍ରୋନ୍ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ଖବର ପାଇବା ପରେ ପୁଟିନ୍‌ ତାଙ୍କର ଗସ୍ତ କାର୍ଯ୍ୟସୂଚୀ ପରିବର୍ତ୍ତନ କରିଥିଲେ । ଯାହାଫଳରେ ଯୁକ୍ରେନ୍‌ର ଷଡ଼ଯନ୍ତ୍ର ସଫଳ ହୋଇପାରିନଥିଲା ।

ଯେଉଁଠାରେ ଡ୍ରୋନ୍‌ ପଡ଼ିଥିଲା, ସେଠାରେ ବିସ୍ଫୋରକ ବିଶେଷଜ୍ଞମାନେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ତେବେ ଏନଇ ୟୁକ୍ରେନ୍‌ ପକ୍ଷରୁ କୌଣସି ସରକାରୀ ବିବୃତି ପ୍ରକାଶ କରାଯାଇନାହିଁ ।