ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ...
ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ।
ମହାପ୍ରଭୁଙ୍କର ଆଉ ଜଣେ ଭକ୍ତ ମଧୁମତି ବିଶୋଇ । ଉଦୁଉଦିଆ ଖରାବେଳେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ମାସେ ହେଲା ବାଣ୍ଟୁଛନ୍ତି ଦହିପାଣି । ସେବା ପାଇଁ ଭୁବନେଶ୍ୱରରୁ ଯାଇ ରହିଛନ୍ତି ପୁରୀରେ ।
ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ମୂଲ୍ୟବାନ ମଙ୍ଗଳଗିରି ସୁନା ତୋରଣ ଦେଖିବାକୁ ମିଳିନଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ।
ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ସକାଳଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ।
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ପୁରୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି ।
ଅପରାଜିତାଙ୍କ ପୁରୀ ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନା ଖାଁ । ସମସ୍ତେ ନିୟମ ମାନିବା ଉଚିତ୍ କହିଲେ ମୁନା ଖାଁ । ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି ବୋଲି ମୁନା ଖାଁ ପ୍ରତିକ୍ରିୟା ରଖିଛନ୍ତି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିଛି । ବହୁ ଘାତ ପ୍ରତିଘାତ, ଅବରୋଧ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛୁ ବୋଲି ସେ କହିଛନ୍ତି ।
ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ । ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି କହିଲେ ଅପରାଜିତା । ମୁଁ ଏକଲା ଚାଲିକି ଯାଇ ଦର୍ଶନ କରିବି ବୋଲି କହୁଛନ୍ତି ଅପରାଜିତା ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିବାରୁ ମହାସ୍ନାନ କରାଯାଇଛି । ତେବେ ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି ହେବ । ଏନେଇ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗୁପ୍ତ ସେବା ନୀତି ପାଇଁ ଦିନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।
ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।
ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?
ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ : ବିଜୟ ମହାପାତ୍ର
ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ ।
ଶ୍ରୀମନ୍ଦିର ରୋଷଘରେ ବ୍ୟାପକ ଭଙ୍ଗାରୁଜା । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲାକୁ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି ।
ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀର ବ୍ୟବସାୟୀ ନରେନ୍ଦ୍ର ମହାପାତ୍ରଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା। ଯେଉଁଥିରେ ଅବଗତ କରାଯାଇଥିଲା ଯେ, KYC ଅପଡେଟ୍ କରିବା ପାଇଁ ପଠାଯାଇଥିବା ଲିଙ୍କ୍ରେ କ୍ଲିକ୍ କରନ୍ତୁ। ଏହି ଲିଙ୍କ୍ରେ କ୍ଲିକ୍ କରିବା ପରେ ଆକାଉଣ୍ଟ ଉଡ଼ି ଗଲା ଟଙ୍କା।
ବିସ୍ତୃତ ଭାବେ ସୂଚନା ଦେଇ ପୁରୀ ଏସ୍ପି କହିଛନ୍ତି ଏମାନଙ୍କୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜିଂ । କାରଣ ତାଙ୍କ ଭିତରୁ କେହି ହେଲେ ଧରୁନଥିଲେ ମୋବାଇଲ୍ ଫୋନ୍ ।
ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି ଘଟଣା । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଲେ ଏସ୍ପି । ବ୍ୟକ୍ତିଗତ ଶତ୍ରୁତା, ଜମି ବିବାଦ, ଗୁନ ସିଂହାରୀ ହତ୍ୟା ଲିଙ୍କ୍ରେ ତଦନ୍ତ କରାଯାଉଛି । ତେବେ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।
ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗୁଳି କରାଯାଇଥିଲା କୃଷ୍ଣଚନ୍ଦ୍ରଙ୍କୁ । ଏଣେ ତେଣେ ପଡ଼ିରହିଛି ଖୋକା, ଆଉ ଚପଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡ଼ିକାଲ୍ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣ ।
ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।
ନିକଟରେ ଏଥିପାଇଁ ASI ଓ NMAର ଏନଓସି ମଧ୍ୟ ମିଳିଛି। ତେବେ ଏଭଳି ବିପଜ୍ଜନକ ଖନନ AMASR ବାହାରେ ବୋଲି କଡ଼ା ଆପତ୍ତି ଉଠିଛି।