ମୁଗୁର ନିହଣର ଠକ୍ ଠକ୍ ଶଦ୍ଦରେ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଶ୍ରୀନଅର ସମ୍ମୁଖ ରଥଖଳାର । ରଥଖଳାରେ ତୁମ୍ବରେ ବିନ୍ଧ ଅନୁକୂଳ କରିବା ପରେ ଆଜି ଗୋଟିଏ ଗୋଟିଏ ତୁମ୍ବରେ ୨୬ଯୋଡା ବା ୩୨ଟି ବିନ୍ଧ କରୁଛନ୍ତି ମହାରଣା ସେବକମାନେ । ତିନିରଥର ୪୨ଟି ତୁମ୍ବରେ ୨୩୪୪ଟି ବିନ୍ଧ କରାଯାଉଛି।
ପୁରୀରେ ପ୍ରବଳ ବର୍ଷା : ରଥଖଳାରେ କାମ ଵନ୍ଦ ହେଲା । ଆଜି ସୁତାବାଡିଆ ଯାଇଥାଆନ୍ତା..ବର୍ଷା ଥମିବା ପରେ ସୂତାବାଡିଆ କାମ ସରିବ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କହୁଛନ୍ତି...ଧୂପ ଦେଇ ଘରେ କାଳିଆର ବନ୍ଦାପନା କରୁଛନ୍ତି। ଆଉ କହୁଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ଜଗା ପାଖରେ ହେବି ସମର୍ପିତ । ଜୀବନ କେମିତି ନୂଆ ଜୀବନ ପାଇଲେ ତାହା ସେହି ହିଁ କହିପାରିବେ। କାଳିଆର ଇଏ ବିଚିତ୍ର ଲୀଳା ନୁହେଁ ତ ଆଉ କଣ? ଗୁଳି ବେକରେ ବାଜିବା ପରେ ବି ବଞ୍ଚିଯାଇଛନ୍ତି ଜୀବନ
ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜର ୯ ଜଣ ହାଇସ୍କୁଲ୍ ଛାତ୍ରୀ । ଆଉ ମଙ୍ଗଳବାର ବି ଥିଲା ସମାନ ପରାସ୍ଥିତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ବଢି ବଢି ମରିଚିକୋଟ୍ ଛକ ଟପିଛି ।
ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।
ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ
ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ... ସାଢ଼େ ୫ ମିନିଟ୍ର ଭିଡିଓରେ ଅଛି ନୀଳଚକ୍ରଠୁ ନେଇ ସିଂହଦ୍ୱାର ପର୍ଯ୍ୟନ୍ତ ଦୃଶ୍ୟ
୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ ।
ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?
ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି ।
ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।
ଶ୍ରୀମନ୍ଦିର ପ୍ରାଶାସନିକ କୋଠାର ଉଚ୍ଚତାକୁ ନେଇ ବିବାଦ । ସର୍ବୋଚ୍ଚ ଉଚ୍ଚତା ୭ ମିଟର ୫୦ ସେଣ୍ଟିମିଟର ଭିତରେ ରଖିବାକୁ ଏନ୍ଏମ୍ଏର ସୁପାରିଶ। ଆପତ୍ତି ଜଣାଇ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ ।
ଆଜି ନୀଳାଦ୍ରି ବିଜେ, ରଥରୁ ଓହ୍ଲାଇବା ପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।
ଆଗେ ଭକ୍ତ ଦାବି କଲେ । ପରେ ସେବାୟତ ସମର୍ଥନ କଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଏବେ ଖୋଦ୍ ଗଜପତି ବି ମୁହଁ ଖୋଲିଲେ।
ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଆଜି ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ।
କମିଶନରଙ୍କୁ ଜିଲ୍ଲା ଅବକାରୀ ଇନିସପେକ୍ଟରଙ୍କ ଖୋଲା ଚିଠିକୁ ନେଇ ସୃଷ୍ଟି ହୋଇଛି ହଇଚଇ...
ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।
ପୁରୀରେ ବରିଷ୍ଠ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀ । ସୁବ୍ରମଣିଅନ୍ ପୁରୀ ଗୋବର୍ଦ୍ଧନ ମଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଖନ୍ତୁ ଏହାର କିଛି ଝଲକ...
୯୩ ବର୍ଷରେ ଥର ଥର ହେଉଛି ହାତ। ଆଖିକୁ ଭଲରେ ଦିଶୁନି କି କାନକୁ ଶୁଭୁନି। ତଥାପି ମରିଯାଇନି କାଳିଆ ପ୍ରତି ଥିବା ସମର୍ପଣ ଭାବ। ଏ ବୟସରେ ବି ସେ କେମିତି ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର କାମରେ ଲାଗି ପଡିଛନ୍ତି ଆସନ୍ତୁ ଦେଖିବା।
ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।
ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲେ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କଲେ ।
ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି...
ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି ଅବସରରେ ଜୁମ୍ବା ନୃତ୍ୟ, ଲେମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ ଫନ୍ ଗେମ୍, ଟଗ୍ ଅଫ୍ ୱାର (ଦୌଡି ଭିଡା) ପରି ଭଳି କି ଭଳି ଆକ୍ଟିଭିଟିମାନ ଅନୁଷ୍ଠିତ ହୋଇଛି । ଦେଖନ୍ତୁ ଏହାର କିଛି ଚିତ୍ର...