ଜଗା ପାଖକୁ ଆସିଥିଲେ ବିଦେଶୀ ଭକ୍ତ। କାଳ ସାଜିଲା ସାଇବର ଲୁଟେରା। ଫେକ ଆକାଉଣ୍ଟ ଖୋଲି ଚରିତ୍ର ସଂହାର କରିବା ସହ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ। ପୁଲସକୁ କହିଲେ ବି କିଛି ହେଉନି, ଏବେ ମିଡ଼ିଆ ଭାଇ ଲାଗି ଗଣମାଧ୍ୟମ ପ୍ରତିନିଧୀ ସାହାଯ୍ୟ କରିବାରୁ....
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ରାଜଭବନରୁ କଡ଼ା ସୁରକ୍ଷା ମଧ୍ୟରେ ଆସି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀଜିଉ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି ।
ଏମିତି ଜଣେ ମଣିଷ ଯିଏ ଜୀବନକୁ ଭଲ ପାଆନ୍ତି, ସଂସ୍କୃତିକୁ ଭଲ ପାଆନ୍ତି । ନାଁ କମେଇଛନ୍ତି ଜଣେ କଲଚୁରାଲ ଆମ୍ୱାସଡର ଭାବେ । ଘରେ ତିଆରି କରିଛନ୍ତି ଏକ ମ୍ୟୁଜିୟମ । ଏଥିରେ ସାଇତିଛନ୍ତି ସ୍ମୃତି ଓ ଅନୁଭୂତି । ଭେଟନ୍ତୁ, ଏଇ ନିଆରା ମଣିଷଙ୍କୁ ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା। ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ବାଡ଼ିଆପିଟା। ଏ ଦୃଶ୍ୟ ହେଉଛି ଅଲଣ୍ଡା ପଞ୍ଚାୟତର ୪ନମ୍ବର ବୁଥ୍ ର। ଏଥିରେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି
ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ସମସ୍ତ ଅଦିକାରୀଙ୍କ ସହ ଆଲୋଚନା ହୋଇଛି ।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।
ସତରେ ପବିତ୍ର ପୁରୀ, ଗର୍ବ ଆମରି। ହେଉ ଦେଖୁନ କେମିତି ଏ ପବିତ୍ର ଜାଗାକୁ ଏ ଅପବିତ୍ର କରି ପକାଇଲାରେ ନାରଣ...
ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସୁଛି । ଆଜି ଦୁଇ ଦୁଇଟି ଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି । ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତ ରବିବାର ଘରକୁ ଚିକେନ ଖାଇବାକୁ ଡାକିନେଇ ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ନେଇ ପୁରୀ ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି ।
ଶ୍ରୀକ୍ଷେତ୍ର ପୁରୀରେ ଲଜ୍ଜା: ଟାଉନଥାନା ଅଂଚଳରେ ୫ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ Iଗୁରୁତର ଅବସ୍ଥାରେ ନାବାଳିକା ଜଣକ କଟକ ବଡ଼ ମେଡିକାଲ ସ୍ଥାନାନ୍ତର I ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ , ୪ ଟିମ ଗଠନ କରି ପୋଲିସର ଚାଲିଛି ସର୍ଚ୍ଚ ଅପରେସନ
୧୦ ବର୍ଷ ପରେ ମାମଲାରେ ଏପରି ମୋଡ ଏବେ ପୋଲିସ୍ର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଏହି ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି ।
ଶ୍ରୀମନ୍ଦିରରେ ଆଜି ପୁଷ୍ୟାଭିଷେକ ପାଳିତ ହେବ । ବିଶ୍ୱାସ ରହିଛି ଯେ, ଆଜିର ଦିନରେ ଜଗତର ନାଥ ଜଗନ୍ନାଥଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ମହୋଦଧି ନିକଟରେ ସମବେତ ହୁଅନ୍ତି ହଜାର ହଜାର ଭକ୍ତ । ତେଣୁ ଆଜିର ଦିନରେ ସମୁଦ୍ର ଆଳତୀ ମଧ୍ୟ କରାଯାଏ ।
ବ୍ରହ୍ମପୁର ପରେ ବ୍ରହ୍ମଗିରିରେ ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ତପସ୍ୱିନୀ : ବିବାହ ପରେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିଲେ ଶ୍ୱଶୁର ଘର ଲୋକେ...ମାଡ଼ ମରାଯାଇଥିବା ନେଇ ଆସିଲା ଅଭିଯୋଗ
ସମାଧାନ ବାଟ ବାହାରିଲାନି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଶେଷରେ ଏହାକୁ ହିଁ ବାଛିନେଲେ।
ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଆଜି ରରିବାରରେ ସାନିଟାଇଜେସନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତା କାଲିଠାରୁ ଅର୍ଥାତ୍ ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।
କରୋନାର ତୃତୀୟ ଲହରୀର ଭୟକୁ ଖାତିର ନ କରି କାଳିଆ ଦର୍ଶନ ଲାଗି ବ୍ୟାକୁଳ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଠାରୁ ଦର୍ଶନ କଟକଣାକୁ ଦେଖି ଦେଖାଯାଇଥିଲା ଏହି ଭିଡ।
ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା। କେବଳ ପୁରୀ ଜିଲ୍ଲାର ଅଧିବାସୀ ହିଁ ଏବେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ।
ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ ।
ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ ।
ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି ।
ମୁଖ୍ୟମନ୍ତ୍ରୀ ଏ ପ୍ରକଳ୍ପର ଲୋକାର୍ପଣ କରିଥିଲେ.. ପୁରୀକୁ ଆସୁଥିବା ପର୍ଯ୍ୟଟକ କୁଆଡ଼େ ବାହାରୁ ପାଣି ନ କିଣି ସିଧା ଟ୍ୟାପ୍ ଖୋଲି ପାଣି ପିଇବେ.. ଯାହାଦ୍ୱାରା ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକ୍ତ କରାଯାଇପାରିବ.. ହେଲେ ପ୍ରକଳ୍ପ ଆରମ୍ଭରୁ କଣ ଅବସ୍ଥା ଦେଖନ୍ତୁ..
ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ହୋଟେଲ୍ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍ଡାଉନ୍ ଘୋଷଣା କରିଛି।