କୁହାଯାଏ, ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର । ଇୟେ ସେମିତି ଏକ ବିଶ୍ବାସର କଥା । ଯୁଗ ଯୁଗରୁ ଏ ବିଶ୍ବାସରେ ଲୋକଙ୍କ ଆସ୍ଥା ରହି ଆସିଛି ।
ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ହୋଇଛି। ମହାସ୍ନାନ ନୀତି ପରେ ପୁଣି ସମସ୍ତ ନୀତିକାନ୍ତି ଆରମ୍ଭ ହେବ।
‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।
ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା ।
ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏଏସଆଇ ଓ ଶ୍ରୀମନ୍ଦିର ସେବାୟତ ଏବଂ ଭକ୍ତ ସମସ୍ତେ ଚିନ୍ତା ପ୍ରକଟ କରିଆସୁଛନ୍ତି। ୨୦୧୮ ଏପ୍ରିଲ ମାସରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ୧୭ ଜଣିଆ ହାଇଲେବଲ୍ ଟିମ୍ ଯାଇ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ଉପରଠାଉରିଆ ଅନୁଧ୍ୟାନ ସାରି ଫେରି ଆସିଥିଲା।
ଶ୍ରୀମନ୍ଦିରରେ ଅଧ ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ କରିବେ..ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ପରେ ରାଜଭବନ ଫେରିବେ..ରାଜଭବନରୁ ସିଧା ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ
ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି
ପୁରୀ ବଡ଼ଓଡ଼ିଆ ମଠ ଜମି ଅନ୍ୟ ହାତରେ ଟେକିଦେବାକୁ ଷଡ଼ଯନ୍ତ୍ର । ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ କାରସାଦି କରୁଥିବା ତଥ୍ୟ ପ୍ରମାଣ ସହ ମଠାଧୀଶଙ୍କ ସଂଗୀନ ଅଭିଯୋଗ, ରୋକିବାକୁ ଗଜପତି ମହାରାଜା ଓ ମୁଖ୍ୟ ପ୍ରଶାସକଙ୍କୁ ଚିଠି, ନହେଲେ ଚରମ ନିଷ୍ପତ୍ତି ଧମକ
ରାସ୍ତା କାମରେ ଭୟଙ୍କର ଦୁର୍ନୀତି । ପିଇଓଙ୍କ ନାଁରେ ଆସିଥିଲା କାର୍ଯ୍ୟାଦେଶ...୩ ଲକ୍ଷ ୯୧ ହଜାର ବିଲ୍ ହେଲା କିନ୍ତୁ କାମ ହୋଇନଥିଲା । ଅଭିଯୋଗ ହେବା ପରେ ଏବେ ତରବରିଆ କାମ ଚାଲୁଛି
ପୁରୀ ବଳିଆ ପଣ୍ଡାରେ ଅଳିଆ ପାହାଡ । ପ୍ରାୟ ୮ ଏକର ଜମିରେ ଗଦା ହୋଇଛି ଆବର୍ଜନା । ବର୍ଷ ବର୍ଷ ଧରି ସହରର ଅଳିଆ ଆବର୍ଜନା ଏଠାରେ ପକାଯାଉଛି । ଆଉ ଏହା ଜମି ଜମି ଏକ ପାହାଡର ରୂପ ନେଇଛି । ଏଥିରୁ ବାହାରୁ ଥିବା ପ୍ରବଳ ଗନ୍ଧ ସହ ଧୂଆଁ ଯୋଗୁଁ ପ୍ରଭାବିତ ହେଉଛନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ । ଅନେକ ଆର୍ବଜନା ଧୂଆଁ ଯୋଗୁଁ ଅସୁସ୍ଥ ମଧ୍ୟ ହୋଇଥିବାର ସୂଚନା ରହିଛି ।
ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।
କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।
ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ସାଆନ୍ତ। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ତେବେ ଆସନ୍ତୁ ଏହି ଅସରରେ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଦଣ୍ଡାୟମାନ ୩ ରଥ । କାଲି ଦିନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା ସୂଚନା ।
ଶ୍ରୀକ୍ଷେତ୍ର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ । ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ପୁରୀ ଆସି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି ଯଶୋଦା ବେନ୍ ମୋଦି ।
ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିବ ତିନି ରଥ । ଦକ୍ଷିଣ ମୋଡ଼ ସମୟରେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଇଛି । ଏହା ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯାଉଛି ।
ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା । ଆଜି ଆଡ଼ପ ବିଜେ କରିଛନ୍ତି ଶ୍ରୀ ଜିଉ । ଆସନ୍ତାକାଲି ଭକ୍ତଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା । ରୀତିନୀତି ଅନୁଯାୟୀ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି ।
ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ଠାକୁରମାନଙ୍କ ପହଣ୍ଡି ସାଙ୍ଗକୁ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଦିନକ ପରେ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତା’ ପୂର୍ବରୁ ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରୀ ସହର । ସବୁ ବର୍ଷ ଭଳି ଏ ବର୍ଷ ବି ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ।
ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ
ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଭକ୍ତଙ୍କୁ ଦେବାକୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି।