Sand Art
ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭବ୍ୟ ମର୍ଯ୍ୟଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ସେ ଏହି କଳା କୃତ୍ତି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
Advertisment
ସେ ନିଜ କଳା ମାଧ୍ୟମରେ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଚିତ୍ରକୁ ଆଙ୍କି କଳାକୃତ୍ତି କରିଛନ୍ତି । ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ନେଇ ମଧ୍ୟ ସେ ଏହି କଳା କୃତ୍ତିରେ ବାର୍ତ୍ତା ଦେଇଛନ୍ତି ।
ଅନ୍ୟପକ୍ଷେ, ଆଜି ରାମ ପବିତ୍ର ନବମୀ ଥିବାରୁ ରାମନବମୀ ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମରେ ପାଳନ କରାଯାଉଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପାଳନ ବନ୍ଦ ରହିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)