Advertisment

ଅପରାଜିତା ଷଡ଼ଙ୍ଗୀଙ୍କ ପୁରୀ ଗସ୍ତ ପ୍ରସଙ୍ଗ, ସମସ୍ତେ ନିୟମ ମାନିବା ଉଚିତ୍ କହିଲେ ମୁନା ଖାଁ

ଅପରାଜିତାଙ୍କ ପୁରୀ ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନା ଖାଁ । ସମସ୍ତେ ନିୟମ ମାନିବା ଉଚିତ୍ କହିଲେ ମୁନା ଖାଁ । ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି ବୋଲି ମୁନା ଖାଁ ପ୍ରତିକ୍ରିୟା ରଖିଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
muna khan

muna khan

ଅପରାଜିତାଙ୍କ ପୁରୀ ଗସ୍ତ ପ୍ରସଙ୍ଗରେ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି ନିୟମ ମାନିବା ସମସ୍ତଙ୍କ କର୍ତ୍ତବ୍ୟ । ଯଦି ପ୍ରଶାସନ କୌଣସି କାରଣ ପାଇଁ ଅନୁମତି ଦେଇ ନାହାନ୍ତି ଜବରଦସ୍ତି କିଛି କରିବା ଉଚିତ ହେବନି । ଲୋକ ଦେଖାଣିଆ କାମ କରିବା ଉଚିତ ନୁହେଁ ।

Advertisment

ଆଇନ ଶୃଙ୍ଖଳା ସ୍ଥିତି ବି ଥାଇ ପାରେ, ରାଲି ପାଇଁ ନିୟମ କାନୁନ ରହିଛି ସେ କଥା ବୁଝିବା ଦରକାର । ଦର୍ଶନ କରିବା କାହାକୁ ମନା ନାହିଁ ,ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି ବୋଲି ବିଜେଡି ସାଂସଦ ମୁନା ଖାଁ କହିଛନ୍ତି।

ଯାହା ହୋଇଛି ନିୟମ ଅନୁସାରେ ହୋଇଛି ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ବିକାଶ ମୂଳକ କାର୍ୟ୍ୟକ୍ରମ କରୁଛନ୍ତି ସରକାର । ବିଭିନ୍ନ ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି । ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି । ସ୍ଥାନୀୟ ବିଧାୟକ, ଗଜପତି ବି ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ସାଂସଦ ମୁନା ଖାଁ ।

Advertisment

ସୂଚନାଯୋଗ୍ୟ, ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କିଛି ବାଟ ଚାଲି ଚାଲି ଯିବା ପରେ, ପ୍ରଶାସନର ଅନୁମତି କ୍ରମେ ଗାଡ଼ିରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ମାଳତିପାଟପୁର ନିକଟରୁ ପୁଣି ଗାଡ଼ିରେ ଯିବାକୁ ଅନୁମତି ମିଳିଲା। ଗାଡ଼ିରେ ଯାଇ ଅପରାଜିତା ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରା କରିଥିଲେ । ଡାକ୍ତରଖାନା ଛକରୁ ଶହଶହ ସମର୍ଥକଙ୍କ ଗହଣରେ ପଦଯାତ୍ରା ବାହାରିଥିଲା ।

Puri Aparajita Sarangi
Advertisment
Advertisment