• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି ଘଟଣାରେ ତଦନ୍ତ କରୁଛି ପୋଲିସ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି ଘଟଣାରେ ତଦନ୍ତ କରୁଛି ପୋଲିସ । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ଏସ୍ପି କହିଛନ୍ତି । ବ୍ୟକ୍ତିଗତ ଶତ୍ରୁତା, ଜମି ବିବାଦ, ଗୁନ ସିଂହାରୀ ହତ୍ୟା ଲିଙ୍କ୍‌ରେ ତଦନ୍ତ କରାଯାଉଛି । ତେବେ ଏନେଇ ସ୍ୱତନ୍ତ୍ର ୪ଟି ଟିମ୍ ଗଠନ କରି ତଦନ୍ତ କରି ଛାନଭିନ୍ କରୁଛି ପୋଲିସ । ଗତକାଲି ଦିବାଲୋକରେ ସେବାୟତଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁବୃର୍ତ୍ତ । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ବାରବାଟୀ ଯାଗାରେ ହତ୍ୟା କରାଯାଇଥିଲା ।

ଯାଗା ଘରେ ବସିଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ତାଙ୍କୁ ତିନି ରାଉଣ୍ଡ ଫାଏର କରିଥିଲେ । ବେଶ ନିକଟରୁ ତାଙ୍କୁ ଗୁଳି ମାଡ଼ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେତେବେଳକୁ ପ୍ରାଣ ହରାଇ ସାରିଥିଲେ କୃଷ୍ଣଚନ୍ଦ୍ର । 

ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲେ କୃଷ୍ଣଚନ୍ଦ୍ର । ଗୁନ ସିଂହାରୀ ହତ୍ୟାକାଣ୍ଡ ଷଡ଼ଯନ୍ତ୍ର ମାମଲାରେ ସେ ସଂପୃକ୍ତ ଥିଲେ । ୧୦ ବର୍ଷ ତଳର ମାମଲାର ରାୟ ଗତ ଜାନୁଆରୀ ମାସରେ ଆସିଥିଲା । ଯେଉଁଥିରେ ସମସ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । ଏହାପରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ଏନେଇ ସନ୍ଦେହ ବଢ଼ୁଛି । କିଏ ଓ କାହିଁକି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କଲା ସେ ଦିଗରେ ତଦନ୍ତ ହେଉଛି ।

ସୂଚନା ଅନୁସାରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡକୁ ୨ ରାଉଣ୍ଡ୍ ଗୁଳି କରିଥିଲେ। ଜମି ଡିଲ୍ ବେଳେ ଫାୟାରିଂ ହୋଇଥିବା ସୂଚନା ମିଳିଛି। କୃଷ୍ଣଚନ୍ଦ୍ର ପ୍ରତିହାରୀ ସୁଆର ମହାସୁଆର ନିଯୋଗର ସମ୍ପାଦକ ଥିଲେ ।